ଯାଜପୁର, ୨୪/୧୨/୨୦୨୩ (ଓଡ଼ିଶା ସମାଚାର)- ବିରଜାକୃପା ସାହିତ୍ୟ ପରିବାରର ବାର୍ଷିକ ବନ୍ଧୁ ମିଳନ ଓ ସାଧାରଣ ପରିଷଦ ବୈଠକ, ବିରଜାକୃପା ସାହିତ୍ୟ ପରିବାରର ସ୍ଥାୟୀ କାର୍ଯ୍ୟାଳୟ ଅବଦଲପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶ୍ରୀମତୀ ବିଦ୍ୟୁତପ୍ରଭା ମିଶ୍ରଙ୍କ ଆହ୍ୱାନ କ୍ରମେ ସମ୍ପାଦକ ବୈଦ୍ୟନାଥ ପଣ୍ଡା ଉକ୍ତ ବୈଠକ ଡକାଇଥିଲେ । ପରିବାରର ଉପସଭାପତି ଶ୍ରୀଯୁକ୍ତ ସତ୍ୟରଞ୍ଜନ ସ୍ୱାଇଁ ବୈଠକର ସମସ୍ତ ଆୟୋଜନ କରିଥିଲେ ।ଏହି ବନ୍ଧୁ ମିଳନ ଉତ୍ସବରେ ପ୍ରଥମେ ଏକ ସଭାର ଆୟୋଜନ କରାଯାଇଥିଲା ।ଉକ୍ତ ସଭାରେ ଅନୁଷ୍ଠାନର ସଭାପତି ବିଦ୍ୟୁତପ୍ରଭା ମିଶ୍ର ସଭାପତିତ୍ବ କରିଥିବା ବେଳେ, ସଙ୍ଗଠନ ସମ୍ପାଦକ ପ୍ରମୋଦ କୁମାର ନାୟକ ସଭା ପରିଚାଳନା କରିଥିଲେ । ବିରଜାକୃପା ସାହିତ୍ୟ ପରିବାରର ମୁଖ୍ୟ ଉପଦେଷ୍ଟା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଭୂପତି ଭୂଷଣ ମିଶ୍ର, ଉପଦେଷ୍ଟା ଶ୍ରୀମତୀ ବିନୋଦିନୀ ଦାଶ, ବିରଞ୍ଚି ନାରାୟଣ ଧଳ, ବରିଷ୍ଠ ସଭ୍ୟ ଭରତବନ୍ଧୁ ବିଶ୍ୱାଳ ଆଦି ସାହିତ୍ୟକୁ କିପରି ଆହୁରି ଲୋକାଭିମୁଖୀ କରିବା ସହିତ ପାଠକୀୟ ଆଦୃତି ଲାଭ କରିବ ତାହା ଉପରେ ଆଲୋକ ପାତ କରିଥିଲେ ।
ଏହି ଅବସରରେ ପରିବାର ସହିତ ନୂତନ ଭାବେ ସ୍ଥାୟୀ ସଦସ୍ୟ ଭାବେ ଯୋଡି ହୋଇଥିବା ତିନି ଜଣ ସଦସ୍ୟ ବରିଷ୍ଠ ଶିକ୍ଷାବିତ୍ ଶ୍ରୀଯୁକ୍ତ ଗଦାଧର କୁଣ୍ଡୁ, କବୟିତ୍ରୀ ଶ୍ରୀମତୀ ଲାବଣ୍ୟ ନାୟକ ଓ ସମାଜସେବୀ ସାମ୍ବାଦିକ ସମର ବିଜୟ ଶରଣ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯିବା ସହିତ ନୂତନ କୋଷାଧ୍ୟକ୍ଷ ଭାବେ ଶ୍ରୀ ପ୍ରଫୁଲ କୁମାର ଦାସଙ୍କୁ ପୁଷ୍ପଗୁଚ୍ଛ ଦେଇ ଦାୟିତ୍ୱ ଅର୍ପଣ କରାଯାଇଥିଲା ।
ଶେଷରେ କାର୍ଯ୍ୟକାରୀ କମିଟିର ସଦସ୍ୟା ସ୍ନେହଲତା ବିଶ୍ୱାଳ ଓ ରଞ୍ଜିତା ଦାସ ବିରଜାକୃପା ସାହିତ୍ୟ ପରିବାର କୁ ଆହୁରି କେମିତି ଲୋକାଭିମୁଖୀ କରାଯାଇ ପାରିବ ତାହା ଉପରେ ଆଲୋକପାତ କରିବାକୁ ନିଜ ବକ୍ତବ୍ୟ ମାଧ୍ୟମରେ ଅନୁରୋଧ କରି ଥିଲେ ।
କାର୍ଯ୍ୟକ୍ରମ ଶେଷରେ ସାହିତ୍ୟ ପରିବାରର ସହସମ୍ପାଦିକା ଅନୁପମା ରଣା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକାରୀ କମିଟିର ସଦସ୍ୟ ଡ଼ଃ କୈଳାଶ ମଲ୍ଲିକ ଅନୁଷ୍ଠାନର ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ବରିଷ୍ଠ ସଦସ୍ୟା ଭାଗ୍ୟବତୀ ସ୍ୱାଇଁ ବିରଜାକୃପା ସାହିତ୍ୟ ପରିବାରକୁ ଦୀର୍ଘସ୍ଥାୟୀ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ସାଂସ୍କୃତିକ ସମ୍ପାଦକ ଶ୍ରୀନିବାସ ବିଶ୍ୱାଳ , ସୌଦାଗର ବିଶ୍ୱାଳ , ଶ୍ରୀକାନ୍ତ ବେହେରା, ଜିତେନ୍ଦ୍ର ଯେନା, ଉମେଶ ଯେନା, ଗାୟତ୍ରୀ ଦାଶ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ ।