ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ୧୧୪ତମ ଜନ୍ମୋତ୍ସବ

କେନ୍ଦ୍ରାପଡ଼ା, ୨୦/୦୧/୨୦୨୫ (ଓଡ଼ିଶା ସମାଚାର)- ପରମପୂଜ୍ୟ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ୧୧୪ତମ ଜନ୍ମ ଉତ୍ସବ ଗରାପୁରସ୍ଥିତ ହନୁମାନଜୀଉ ମନ୍ଦିର ଆଶ୍ରମ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାତଃ ୪ଟାରେ ଶୁଭ ଶଙ୍ଖଧ୍ୱନୀ ସହ ପ୍ରାର୍ଥନା ଓ କୀର୍ତନ କରାଯିବା ପରେ ସାଢେ ୪ଟାରେ ମଙ୍ଗଳ ଆରତୀ, ପ୍ରାତଃ ୫ଟାରେ ନଗର କୀର୍ତନ, ସକାଳ ୯ଟାରେ ଜନ୍ମୋତ୍ସବ ପୂଜା, ଆରତି, ପ୍ରାର୍ଥନା କରାଯାଇଥିଲା । ପୂର୍ବାହ୍ନ ୧୧ଟାରେ ପରିଚାଳନା ସମିତି ସଭାପତି ବାବାଜୀ ଚେତନାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ସ୍ମୃତିଚାରଣ, ଭଜନ ଓ କୀର୍ତନ ପରିବେଷଣ କରାଯିବା ପରେ ହରହାଟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବାବାଜୀ ଶ୍ରଦ୍ଧାନନ୍ଦ ଦାସ ଓ ଗୁରୁଭାଇମାନେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଜିଲା ସମେତ ପଡୋଶୀ ଜିଲାର ଦୁଇ ହଜାରରୁ ଉଦ୍ଧ୍ୱର୍ ଗୁରୁଭାଇ, ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ଗୁରୁକୃପା ଏବଂ ଆଶିର୍ବାଦ ଲାଭ ସହିତ ପ୍ରସାଦ ସେବନ କରିଥିଲେ ।

Leave a Reply

Your email address will not be published. Required fields are marked *