ରାଜ୍ୟ କ୍ୟାବିନେଟ୍ ରେ ୧୫ ପ୍ରସ୍ତାବ ଉପରେ ମୋହର

# ଶିଳ୍ପ ବିକାଶକୁ ପ୍ରୋତ୍ସାହନ

 # କ୍ଷୁଦ୍ର ବ୍ୟବସାୟ ଉପରେ ଅନୁପାଳନ ବୋଝ ହ୍ରାସ

# ମହିଳାମାନଙ୍କୁ କାର୍ଯ୍ୟରେ ଅଂଶଗ୍ରହଣ ସୁଯୋଗକୁ ପ୍ରୋତ୍ସାହନ

# ଖରିଫ ଓ ରବି ଋତୁ ପାଇଁ ପୃଥକ ଭାବରେ ଧାନ ସଂଗ୍ରହ

# ‘ସ୍ୱଚ୍ଛ ଓଡ଼ିଶା’ ଯୋଜନା ପାଇଁ ୧୬୦୦ କୋଟି ମଞ୍ଜୁରି

ଭୁବନେଶ୍ୱର,୧୦/୧୦/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ରାଜ୍ୟ କ୍ୟାବିନେଟ୍ ର ୨୮ତମ ବୈଠକରେ ଶୁକ୍ରବାର ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୧୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।

ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତିି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଶୁକ୍ରବାର ରାଜ୍ୟ କ୍ୟାବିନେଟର ୨୮ତମ ବୈଠକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । କ୍ୟାବିନେଟ ବୈଠକରେ ମୋଟ ୧୦ଟି ବିଭିନ୍ନ ବିଭାଗର ୧୫ଟି ପ୍ରସ୍ତାବ ଆଗତ ପୂର୍ବକ ଆଲୋଚନା କରାଯାଇ ଅନୁମୋଦନ କରାଯାଇଥିଲା । ସେଥିରୁ ଗୋଟିଏ ସପ୍ତଦଶ ବିଧାନସଭା ୪ର୍ଥ ଅଧିବେଶନର ସତ୍ରାବସାନ ସମ୍ପର୍କିତ ଥିଲା ।

ରାଜ୍ୟରେ ନୂତନ ପୁଂଜିନିବେଶକୁ ଆକର୍ଷିତ କରିବା ପାଇଁ ଶିଳ୍ପ ବିକାଶକୁ ପ୍ରୋତ୍ସାହନ ଦେବା ସହ ଅଧିକ ନିଯୁକ୍ତି ସୁଯୋଗ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ୨୦୨୫ ସେପ୍ଟେମ୍ବର ୨୯ରେ ଅନୁଷ୍ଠିତ ଏହାର ୨୭ତମ ବୈଠକରେ ଓଡ଼ିଶାରେ ପ୍ରୟୋଜନ ନିମନ୍ତେ କାରଖାନା ଆଇନ ୧୯୪୮ରେ ସଂଶୋଧନ ପାଇଁ ପ୍ରସ୍ତାବ ଅନୁମୋଦନ କରିଥିଲେ । କ୍ଷୁଦ୍ର ବ୍ୟବସାୟ ଉପରେ ଅନୁପାଳନ ବୋଝ ହ୍ରାସ କରିବା ପାଇଁ ରାଜ୍ୟରେ ଅଧିକ ଆର୍ଥôକ କାର୍ଯ୍ୟକଳାପ ସୃଷ୍ଟି କରିବା ପାଇଁ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ କରିବା ପାଇଁ ମହିଳାମାନେ ଅଧିକ କାର୍ଯ୍ୟରେ ଅଂଶଗ୍ରହଣ ସୁଯୋଗକୁ ପ୍ରୋତ୍ସାହିତ କରିବା ନିମନ୍ତେ କ୍ୟାବିନେଟ୍ରେ ନିଷ୍ପତି ନିଆଯାଇଛି ।

ଚଳିତ ଖରିଫ ବିପଣନ ବର୍ଷ ପାଇଁ ଧାନ ସଂଗ୍ରହ ଚଳିତ ଅକ୍ଟୋବର ୧ରୁ ଆରମ୍ଭ ହୋଇ ୨୦୨୬ ସେପ୍ଟେମ୍ବର ୩୦ରେ ଶେଷ ହେବ । ଏହି ବର୍ଷବ୍ୟାପୀ ଅବଧୀ ମଧ୍ୟରେ ରାଜ୍ୟ ସରକାର ଖରିଫ ଓ ରବି ଋତୁ ପାଇଁ ପୃଥକ ଭାବରେ ଧାନ ସଂଗ୍ରହ କରିବେ । ନଭେମ୍ବର ମାସରୁ ଖରିଫ ଋତୁରେ ଉତ୍ପାଦିତ ଧାନ କିଣାଯିବ । ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଚାଷୀମାନଙ୍କ ଠାରୁ କିଣାଯିବ । କେବଳ ପଂଜୀକୃତ ଚାଷୀମାନଙ୍କ ଠାରୁ ଧାନ କିଣାଯିବ । ରାଜ୍ୟ କ୍ୟାବିନେଟ୍ ର ଗୃହୀତ ନିଷ୍ପତି କ୍ରମେ ‘ସ୍ୱଚ୍ଛ ଓଡ଼ିଶା’ ନାମିତ ରାଜ୍ୟ ଯୋଜନାରେ ପାଂଚ ବର୍ଷର ଅବଧି (ଆର୍ଥିକ ବର୍ଷ ୨୦୨୫-୨୬ରୁ ୨୦୨୯-୩୦) ପାଇଁ ୧୬୦୦ କୋଟି ଟଙ୍କା ଅନୁମୋଦନ କରାଯାଇଛି ।

Leave a Reply

Your email address will not be published. Required fields are marked *