କେନ୍ଦ୍ରାପଡା, ୧୯/୦୧/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ରାଜକନିକା ବ୍ଲକ ଅନ୍ତର୍ଗତ ଜୋରନ୍ଦ ଗ୍ରାମ ପଂଚାୟତରେ ୨୦୨୩-୨୪ ଆର୍ଥôକ ବର୍ଷରେ ସ୍ୱଚ୍ଛ ଭାରତ ଯୋଜନାରେ ସରପଂଚଙ୍କ ଅଗୋଚରରେ ଏବଂ ସାଧାରଣ ଜନତାଙ୍କ ସ୍ୱାର୍ଥ ବିରୋଧୀ ସ୍ଥାନରେ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ହେଉଥିବାରୁ ତାହା ବିରୁଦ୍ଧରେ ପଂଚାୟତବାସୀଙ୍କ ପକ୍ଷରୁ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ସେମାନଙ୍କର ଅଭିଯୋଗ ହେଉଛି ଯେ ରାଜକନିକା ବ୍ଲକର କନିଷ୍ଠ ଯନ୍ତ୍ରୀ ମନମୁଖୀ ଭାବେ ସ୍ୱଚ୍ଛ ଭାରତ ଯୋଜନାରେ ନିରୂପିତ ହୋଇଥିବା ସ୍ଥାନ ବଦଳରେ ଅନ୍ୟ ସ୍ଥାନରେ ପ୍ରକଳ୍ପ କାର୍ଯ୍ୟାନ୍ୱୟନ କରୁଥିବାରୁ ତାହାଦ୍ୱାରା ସର୍ବସାଧାରଣ ଉପକୃତ ହୋଇପାରିବେ ନାହିଁ । ଏହି ପଂଚାୟତର ସରପଂଚ ଜଣେ ଦଳିତ ସମ୍ପ୍ରଦାୟର ମହିଳା ହୋଇଥିବାରୁ ତାଙ୍କୁ ଉପେକ୍ଷା କରାଯାଇ ଏଭଳି କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ଯଦି ଏହି ଘଟଣାର ତଦନ୍ତପୂର୍ବର୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ କର୍ତୃପକ୍ଷ ଏଥିପାଇଁ ଦାୟୀ ରହିବେ ବୋଲି ପଂଚାୟତବାସୀଙ୍କ ପକ୍ଷରୁ କୁହାଯାଇଛି । ପଂଚାୟତର ସରପଂଚ ଗୀତାଞ୍ଜଳି ସେଠୀଙ୍କ ନେତୃତ୍ୱରେ ପଂଚାୟତବାସୀ ଧାରଣାସ୍ଥଳରେ ବସି ରହିଥିବା ଦେଖାଯାଇଛି ।