କେନ୍ଦ୍ରାପଡା, ୧୯/୦୧/୨୦୨୪ (ଓଡ଼ିଶା ସମାଚାର)- ଚଳିତମାସ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରରେ ଶ୍ରୀ ରାମଲାଲଙ୍କ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏଥିସହିତ ସାରା ଦେଶରେ ଆଧ୍ୟାତ୍ମିକତାର ବାତାବରଣ ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଧର୍ମୀୟ ଭାବନାକୁ ସମ୍ମାନ ଜଣାଇ ସେହିଦିନ କେନ୍ଦ୍ରାପଡା ସହରର ସମସ୍ତ ମାଛ ଓ ମାଂସ ବ୍ୟବସାୟୀ ଆମିଷ ଦ୍ରବ୍ୟ ବିକ୍ରିରୁ ନିବୃତ ରହିବାକୁ କେନ୍ଦ୍ରାପଡା ମାଛ ଓ ମାଂସ ବ୍ୟବସାୟୀ ସଂଘ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି । ସଂଘ ପକ୍ଷରୁ କାଳନ୍ଦୀ ସେଠୀ, କୃଷ୍ଣଚନ୍ଦ୍ର କାଲ, ସୁବାଷ ଚନ୍ଦ୍ର ସେଠୀ, ଟୁନୁ ସେଠୀ, କପିଳ ସେଠୀ, ସେକ୍ ଲାଲା ପ୍ରମୁଖ ଏକ ପ୍ରେସ୍ ଇସ୍ତାହାର ଯୋଗେ ସୂଚନା ଦେଇଛନ୍ତି ।
Related Posts
ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା
ଭୁବନେଶ୍ୱର,୧୫/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ନୂଆଦିଲ୍ଲୀରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବିଜୟା ରାହତକରଙ୍କୁ ଭେଟିବା ସହ ଏହି…
ଜିଲା ସ୍ତରୀୟ ଗୁରୁଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ
କେନ୍ଦ୍ରାପଡ଼ା,୦୫/୦୯/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟରେ ଜିଲା ସ୍ତରୀୟ ଗୁରୁଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।…
SCSTRTI ରେ ଜନଜାତି ଗୌରବ ବର୍ଷ ପାଳନ ଅବସରରେ ସାଂସ୍କୃତିକ ବୈଚିତ୍ର
ଭୁବନେଶ୍ୱର, ୧୩/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜନଜାତୀୟ ଗୌରବ ବର୍ଷ ପାଳନ ଅବସରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (SCSTRTI)ଠାରେ…
