କଟକ ସଦର ଵିଜେପିର ଵସ୍ତିକୁ ଚାଲ ଅଭିଯାନ

                                                         କମ୍ବଳ ବାଣ୍ଟିଲେ ପ୍ରଦୀପ ବେହେରା

କଟକ ସଦର , ୦୨/୦୧/୨୦୨ ୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ଈଶାଣିଵ୍ରହ୍ମପୁର ପଞ୍ଚାୟତର ସାଧୁସାହି-ଵ୍ରାହ୍ମଣଭୁଇଁ ଶଂଖାରୀ କୁଦ ଠାରେ କଟକ ସଦର ଵିଜେପି ପକ୍ଷରୁ କଟକ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚା ସଭାପତି ପ୍ରଦୀପ କୁମାର ବେହେରା ଙ୍କ ନେତୃତ୍ୱରେ ଆଜି ମଙ୍ଗଳବାର ଅପରାହ୍ନରେ ଵସ୍ତିକୁ ଚାଲ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଵିଜେପି ରାଜ୍ୟ ଅନୁସୂଚିତ ଜାତି ମୋର୍ଚା ସଭାପତି ପୂର୍ବତନ ସାଂସଦ ଵିଭୂ ପ୍ରସାଦ ତରାଇ ଯୋଗ ଦେଇ କେନ୍ଦ୍ରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆୟୋଜିତ ସଭାରେ ଲୋକଙ୍କୁ ଅବଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଟକ ଲୋକସଭା ପ୍ରଭାରୀ ସୁକାନ୍ତ ଵିଶ୍ୱ।ଳ, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସଂପାଦିକା ରଶ୍ମିରେଖା ଦାସ, ରଞ୍ଜନ ବିଶୋଇ, କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଦୀପ ବେହେରା ତାଙ୍କର ନିଜସ୍ୱ ପାଣ୍ଠିରୁ ଏକ ଶହରୁ ଉର୍ଦ୍ଧ ଗରୀବ ଲୋକଙ୍କୁ କମ୍ବଳ ବଣ୍ଟନ କରିଥିଲେ।

Leave a Reply

Your email address will not be published. Required fields are marked *