ପାଟକୁରା, ୧୯/୦୧/୨୦୨୪ (ଓଡ଼ିଶା ସମାଚାର)-ଗ୍ରାମାଂଚଳର ଭିତିଭୂମି ର ବିକାଶ ଉଦେଶ୍ୟରେ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତ ରେ ଅନୁଷ୍ଠିତ ହୋଇ ଯାଇଛି । ଧାର୍ମିକ ପିଠର ଉନ୍ନତି, ମହିଳା ସଶକ୍ତିକରଣ ,ଅଙ୍ଗନୱାଡ଼ି, ସ୍କୁଲ ରୂପାନ୍ତରିକରଣ,କ୍ରୀଡ଼ା ଓ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିବା ପାଇଁ ଖେଳ ପଡ଼ିଆର ଉନ୍ନତିକରଣ,ମାଛ ଚାଷ ଓ ଐତିହ୍ୟ ଭିତିଭୂମିର ବିକାଶ, ରାସ୍ତା ଘାଟ, ପୋଲ ଆଦି ଗମନା ଗମନ ର ସୁବିଧା ସମ୍ପର୍କରେ ବିଶେଷଭାବେ ଆଲୋଚନା କରାଯାଇଥିଲା । ଗରଦପୁର ବ୍ଲକ୍ ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିବା ସହ ବ୍ଲକ୍ ରେ ହେଉଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଭାବେ ଗରଦପୁର ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ପଦ୍ମପୁର ପଂଚାୟତରେ ହୋଇଥିବା ଜନକଲ୍ୟାଣ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗରଦପୁର ବ୍ଲକ୍ ପ୍ରଗତି ସହାୟକ ଚୈତନ୍ୟ ବିଶ୍ୱାଳ,ସହକାରୀ ଯନ୍ତ୍ରୀ ଶରତ ସାହୁ, ସରପଂଚ ଅନୁସୂୟା ବେହେରା,ଜିପିଇଓ ମୃଣ୍ମୟ ରାଉତ, ଏପିଓ ଆଲୋକ ପତି ,ଅଖିଳ ଆଚାର୍ଯ୍ୟ, ସମାଜସେବୀ ଭଗବାନ ଜେନା, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦିଲିପ ସାହୁ , ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ଗରଦପୁର ବ୍ଲକ୍ ଆତ୍ମା ଅଧ୍ୟକ୍ଷ ବାସୁଦେବ ବେହେରା,ବିପିନ ସାମଲ, ପିଇଓ କୈଳାସ ବେହେରା,ଜିଆରଏସ ଦେବେନ୍ଦ୍ର ସାମଲ ପ୍ରମୁଖ ଯୋଗ ଦେଇଥିଲେ । ଗରଦପୁର ବ୍ଲକ୍ ର ୧୮ ଗୋଟି ପଂଚାୟତରେ ହୋଇଥିବା ସବୁ ବିକାଶ କାର୍ଯ୍ୟକ୍ରମର ଏକ ଭିଡ଼ିଓ ବଡ଼ ପରଦାରେ ପ୍ରଦର୍ଶିତ କରାଯାଇଥିଲା । ସାଇ ଭଜନ ପରିଷଦ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା ।