ଭୁବନ ୧୯/୧୧/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଧଳପଡା ପଞ୍ଚାୟତ ଅନଳ ଗ୍ରାମସ୍ଥ ଶ୍ରୀମା ଅରବିନ୍ଦ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଗାୟତ୍ରୀ ପାତ୍ର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।
ପ୍ରଧାନ ଶିକ୍ଷୟିତ୍ରୀ ମନସ୍ଵିନୀ ପରିଡ଼ା ଙ୍କ ସଭାପତିତ୍ବ ଓ କ୍ରୀଡ଼ା ଶିକ୍ଷକ ପ୍ରିୟବ୍ରତ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ
ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ଶ୍ରୀନିବାସ ବେହେରା ,ପୂର୍ବତନ ପ୍ରଧାନ ଶିକ୍ଷକ ଅକ୍ଷୟ ନାୟକ,ଡମ୍ବରୁଧର ସାହୁ ,ପୂର୍ବତନ ଶିକ୍ଷକ ମଧୁସୂଦନ ଦାସ,ଲକ୍ଷ୍ମୀଧର ସାହୁ ପ୍ରମୁଖ ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଶିକ୍ଷକତା ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ ।
ଏହି ଉତ୍ସବ ରେ ଆଲୁମିନି କମିଟି ସଭାପତି ଶିଶିର ସାହୁ ,ସଭ୍ୟ ଅଭୟ ଚରଣ ବେହେରା ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ,ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।ବିଦ୍ୟାଳୟ ତରଫରୁ ଶ୍ରୀମତୀ ପାତ୍ର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯିବା ସହିତ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା ।
