କିଶନନଗର ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା 

କଟକ ସଦର,୧୯/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଆଜି ବୁଧବାର ଦିନ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ଆଗାମୀ ଦିନରେ ଡବଲ ଇଂଜିନ ସରକାର ରାଜ୍ୟର ଲୋକଙ୍କୁ ସ୍ୱ।ଵଲମ୍ଵୀ କରିବାକୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ର ବିଭିନ୍ନ ଖସଡ଼ା ଉପରେ ଆଲୋକପାତ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଡ଼ା ଗିରିଧାରୀ ଭୋଇ, କଟକ ସଦର ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ଆତ୍ମା ଅଧ୍ୟକ୍ଷ ରମା ପ୍ରସାଦ ବିଶ୍ୱାଳ, କଟକ ଜିଲ୍ଲା ମୂଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ସୁଶାନ୍ତ କୁମାର ନାୟକ, କଟକ ଜୋନ୍, କଟକ ଉପ ମତ୍ସ୍ୟ ନିର୍ଦ୍ଦେଶିକା ବବିତା ମହନ୍ତ, କଟକ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଅଭିମନ୍ୟୁ ସାହୁ, କିଶନନଗର ତହସିଲଦାର କ୍ଷିରୋଦ କୁମାର ଦାଶ, କଟକ ସଦର ଵିଡିଓ ପ୍ରତୀକ ସାହୁ, କଟକ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ଉପ ନିର୍ଦ୍ଦେଶକ ଡା ଦେବଦତ୍ତ ପାଢ଼ୀ ପ୍ରମୁଖ ଯୋଗଦେଇ ଅଭିଭାଷଣ ରଖିଥିଲେ। ଏହି ଅବସରରେ କେତେକ ସଫଳ ଚାଷୀ ଙ୍କୁ ପ୍ରୋତ୍ସାହନ ରାଶି ସହିତ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *