ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ସୃଜନଶୀଳତାର ଉତ୍ସବ

ବାଲିଗୁଡା,୨୦/୦୧/୨୪:(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଲଣ୍ଡାଗାଁ ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଭାଷା, ସାହିତ୍ୟ ସୃଜନଶୀଳତାର ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗବନ୍ଧୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଲଣ୍ଡାଗାଁ ପଞ୍ଚାୟତ ସରପଞ୍ଚ ତୁଳସୀ ଝାଙ୍କର , ମୁଖ୍ୟବକ୍ତା ଭାବେ ମୋ ସ୍କୁଲ ଅଭିଯାନ ସଭାପତି ଅଭିରାମ ରଣା , ସମ୍ମାନିତ ଅତିଥି ଭାବେ ସମାଜସେବୀ ଦେବେନ୍ଦ୍ର କୁଦେଇ, ଶେଷଦେବ ରଣା, ପରିଚାଳନା କମିଟି ସଭାପତି ସଦନନା କୁଦେଇ, ଜିତେନ୍ଦ୍ର କୁଦେଇ ପ୍ରମୁଖ ଉପସ୍ଥିତ ଥିଲେ । ସଂଜୀବ କୁମାର ବେହେରା ସଭା ପରିଚାଳନା କରିଥିଲେ । ଏହି ଅବସରରେ ସାହିତ୍ୟ ସୃଜନୀ କ୍ଲବ, କୌଶଳୀ କ୍ଲବ, ଜିଜ୍ଞାସା କ୍ଲବ, କ୍ରୀଡ଼ାଙ୍ଗନ କ୍ଲବର କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ ସହିତ ଛାତ୍ରଛାତ୍ରୀଙ୍କ ଦ୍ୱାରା ଉପସ୍ଥାପନା କରାଯାଇଥିଲା ।  ବିଭିନ୍ନ କ୍ଲବ ଦ୍ୱାରା ନାଚ, କବିତା ପାଠ, କ୍ଷୁଦ୍ର ନାଟକ ପରିବେଷଣ, ଗଳ୍ପ କଥନ, ପୁସ୍ତକ ସମୀକ୍ଷା ହୋଇଥିଲା । ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଉକ୍ତ ଉତ୍ସବରେ ଅଭିଭାବକ, ଅଭିଭାବିକା, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *