ଭୁବନ,୩୧/୦୫/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ସଂସ୍କୃତ ଅଧ୍ୟାପକ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ମହାରଣାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।
ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ କେଶବ ଚନ୍ଦ୍ର ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଜିତ କୁମାର ବେହେରା, ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଭୂୟାଁ ଅଧ୍ୟାପକ ଅନିଲ କୁମାର ଧିର ବାସୁଦେବ ସାହୁ, ପ୍ରଭାତ କୁମାର ଜେନା ଗ୍ରନ୍ଥାଗାରିକ ନନ୍ଦ କିଶୋର ଧୀର, ମୂଖ୍ୟ କିରାଣୀ କୈଳାଶ ଚନ୍ଦ୍ର ବେହେରା ପ୍ରମୁଖ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ମହାରଣା ଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ ।
କଳା ବାଣିଜ୍ୟ ଓ ବିଜ୍ଞାନ ରେ ସର୍ବାଧିକ ନମ୍ବର ରଖିଥିବା ଦୀପ୍ତିମୟୀ ସାହୁ , ଶ୍ରୀମାନ ଜିତେନ୍ଦ୍ର କୁମାର ଓ ସୁଶ୍ରୀ ଶ୍ରାବଣୀ ବେହେରା ଙ୍କୁ ଅଧ୍ୟକ୍ଷ ଶ୍ରୀଯୁକ୍ତ କେଶବ ଚନ୍ଦ୍ର ରାଉତରାୟ ସମ୍ବର୍ଦ୍ଧିତ କରିଥିଲେ ସର୍ବ ଶେଷର ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରସନ୍ନ ପଟ୍ଟନାୟକ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।