କେନ୍ଦ୍ରାପଡ଼ା, ୧୭/୧୧/୨୦୨୫ (ଓଡ଼ିଶା ସମାଚାର)- ଜଗତସିଂହପୁର ଥାନା ଅଧୀନ ତରିକୁନ୍ଦ ଫାଣ୍ଡି ପଛପଟେ ଥିବା ବେହରାମପୁର ବସ୍ତିରେ ପୁଲିସ ରବିବାର ରାତିରେ ବାଂଲାଦେଶୀ ରହୁଥିବା ଖବର ପାଇ ଚଢଉ କରିଥିଲା। ସନ୍ଦିଗ୍ଧ ବାଂଲାଦେଶୀଙ୍କ କାରନାମା ସାମ୍ନାକୁ ଆସିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବାଂଲାଦେଶୀଙ୍କୁ ଧରିବା ଲାଗି ଯାଞ୍ଚ କରାଯାଉଛି। ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଯାତ୍ରୀବାହୀ ବସ୍ ଓ ଅନ୍ୟ ଯାନବାହାନ ଗୁଡିକୁ ପୁଲିସ ଯାଞ୍ଚ କରୁଛି। ଦୁହୁରିଆ, ଗରାପୁର, ରାଜକନିକା, ପଟ୍ଟାମୁଣ୍ଡାଇ, ରାଜନଗର ଓ ମହାକାଳପଡା ଆଦି ଅଞ୍ଚଳରେ ଯାଞ୍ଚ କରାଯାଉଛି।
କେନ୍ଦ୍ରାପଡ଼ା ଜିଲ୍ଲାରେ ଯାଞ୍ଚ କରାଯାଉଛି
