ଜିଲା ସ୍ତରୀୟ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ -୨୦୨୪ ଊଦଯାପନୀ ସମାରୋହ ପାଳିତ ।

ଯାଜପୁର, ୦୫/୦୨/୨୦୨୪ (ଓଡ଼ିଶା ସମାଚାର)-ଓଡିଶା ସରକାରଙ୍କ ତରପଂରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ତା ୦୩ା୦୨ା୨୦୨୪ ରିଖ ଠାରୁ ପେଂବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୩ ଦିନ ଧରି ପାଳିତ ହୋଇଥିବା ବେଳେ ସମଗ୍ର ବିଶ୍ୱରେ ଭାରତର ବିଭିନ୍ନ କୋଣ ଅନୁକୋଣରେ ଏବଂ ରାଜ୍ୟର ସମସ୍ତ ବିଦ୍ୟାଳୟ ସ୍ତରୀୟ, ବ୍ଳକ ସ୍ତରୀୟ, ପୌରାଂଚଳ ସ୍ତରୀୟ ଓ ଜିଲା ସ୍ତରୀୟ ପାଳନ କରାଯାଇଅଛି । ପେଂବୃୟାରୀ ୩ ତାରିଖ ଦିନ ଜିଲାର ୧୫୨୭ ପ୍ରାଥମିକ ଓ ଊଚ୍ଚ ପ୍ରାଥମିକ ସ୍ତରରେ ପାଳନ କରାଯାଇଥିବା ବେଳେ ୪ ତାରିଖରେ ବ୍ଳକ ସ୍ତରରେ ଏବଂ ଆଜି ପେଂବୃୟାରୀ ୫ ତାରିଖରେ ଯାଜପୁର ବ୍ଳକ ଅନ୍ତର୍ଗତ ବିରଜା ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅପରାହ୍ନରେ ଜିଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣିଙ୍କ ଅଧ୍ୟକ୍ଷତାରେ ଜିଲା ସ୍ତରୀୟ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ୨୦୨୪ ଊଦଯାପନୀ ସମାରୋହ ପାଳିତ ହୋଇଯାଇଅଛି ।
ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡିଆ ବିଭାଗର ଉପଦେଷ୍ଟା ଡଃ ବିଜୟାନନ୍ଦ ସିଂହ ଯୋଗଦେଇ କହିଲେ ଯେ, ଭାଷା ଆମର ସଂପର୍କ ସୃଷ୍ଟି କରେ । ଏଣୁ ଭାଷାର ସୁରକ୍ଷା ଆମ ସସ୍ତଙ୍କର କର୍ତବ୍ୟ ହେଊ । ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଭାଷାବିତ୍ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତି୍ୟକ ପଣ୍ଡିତ ଡଃ ସୂର୍ଯ୍ୟମଣି ଖୁଣ୍ଟିଆ କହିଲେ ଯେ, ଭାଷା ଆମ ଜୀବନ ସହିତ ରହିଥିଲା, ଏବେ ରହିଛି ଏବଂ ରହିଥିବ ମଧ୍ୟ । ଓଡିଆ ଭାଷା ଆମ ଜୀବନର ଆତ୍ମା ଅଟେ । ସମ୍ମାନୀତ ଅତିଥି ଭାବେ ସହକାରୀ ଜିଲା ଶିକ୍ଷା ଅଧିକାରୀ ଶ୍ରୀ ଶଶିଧର ସିଂହ, ବିରଜା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କିଶୋର ଚନ୍ଦ୍ର ମଲ୍ଳ୍ିକ ଯୋଗଦେଇ ଓଡିଆ ଭାଷାର ଇତିହାସ ସଂପର୍କରେ ଅବତାରଣ କରିଥିଲେ ।
ସଭାପତି ଭାଷଣରେ ଜିଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣୀ କହିଲେ ଯେ ପ୍ରତ୍ୟେକ ଜାତିର ପରିଚୟ ତାର ଭାଷା ହିଁ ପ୍ରଦାନ କରିଥାଏ । ଯେଊଁ ଜାତିର ଭାଷା ଯେତେ ମାର୍ଜିତ, ବ୍ୟବହାରିତ ଏବଂ ସୁରକ୍ଷିତ ସେ ଜାତିର ଶିକ୍ଷା ଏବଂ ଜୀବନ ଶୈଳୀ ସେତେ ଊନ୍ନତ । ଓଡିଶା ସରକାରଙ୍କ ତରପଂରୁ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ନିଶ୍ଚିତ ଭାବେ ସମଗ୍ର ରାଜ୍ୟ ପାଇଁ ଗୁରୁତ୍ୱ ବହନ କରିବ ବୋଲି ସେ ଉଥାପନ କରିଥିଲେ । ଏହି ସମ୍ମିଳନୀ ପାଳନ ପରିପ୍ରେକ୍ଷୀରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ତର୍କ, କୁଇଜ, ଚିତ୍ରାଙ୍କନ, ସାଂସ୍କୃତିକ ସୃଜନାତ୍ମକ ପ୍ରଦର୍ଶନୀ ଏବଂ ସାହିତି୍ୟକ ପ୍ରଦର୍ଶନୀର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିରଜା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦେ ଊତ୍କଳ ଜନନୀ ଏବଂ ମୋ ଓଡିଶା ସଂଗୀତ ଗାନ କରାଯାଇଥିଲା । ସମଗ୍ର ଶିକ୍ଷା ଅଭିଯାନ ଅନୁସୂଚିତ ଜାତି ଏବଂ ଜନଜାତି ସଂଯୋଜିକା ଶ୍ରୀମତୀ ଜ୍ୟୋସ୍ନାମୟୀ ଧଳ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।
ସମାରୋହରେ ଛାତ୍ର ଛାତ୍ରୀ , ଶିକ୍ଷକ, ଶିକ୍ଷୟତ୍ରୀ, ବୁଦ୍ଧିଜିବୀ, ସାହିତ୍ୟ ସଂସ୍କୃତି ପ୍ରେମୀ, ବରିଷ୍ଠ ନାଗରିକ ବୃନ୍ଦ, ସରକାରୀ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *