ଭୁବନେଶ୍ୱର,୦୮/୦୭/୨୦୨୬(ଓଡ଼ିଶା ସମାଚାର)- ଗତକାଲି କଟକ ଜିଲା କଂଟାପଡ଼ା ବ୍ଲକ, ପୋସ୍ତଳ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ଅଜୟ ଦାସଙ୍କର ରହମ୍ଭା ବାସଭବନରେ ଅପରାହ୍ନ ୫ ଘଟିକା ସମୟରେ ପରଲୋକ ଘଟିଛି । ମୃତୁ୍ୟବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସେ ୧୯୮୪ ମସିହାରୁ ୧୯୮୯ ସରପଂଚ ଏବଂ ୧୯୯୨ ରୁ ୧୯୯୭ ପର୍ଯ୍ୟନ୍ତ ଦୁଇ ଦୁଇ ଥର ସରପଂଚ ଭାବରେ ନିର୍ବାଚିତ ହୋଇଥିଲେ ।
ପୋସ୍ତଳ ପଂଚାୟତରେ ବହୁତ ଜନହିତକର କାର୍ଯ୍ୟ କରି ସେ ସୁନାମ ଅର୍ଜନ କରିଥିଲେ । ତାଙ୍କ ବିୟୋଗ ଖବର ପାଇଁ ରାଜ୍ୟ ପଂଚାୟତ ପରିଷଦର ଆବାହକ ତଥା ପୂର୍ବତନ ସରପଂଚ ମହାସଂଘର ସଭାପତି ଶ୍ରୀଯୁକ୍ତ ଦିଗମ୍ବର ଜେନା ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି । ଅଜୟବାବୁ ସଂଗଠନର ଜଣେ ଦୃଢ କାର୍ଯ୍ୟକର୍ତା ଭାବରେ ପୂର୍ବତନ ସରପଂଚ ମାନଙ୍କ ବିଭିନ୍ନ ଦାବି ନେଇ ବହୁବାର ସଂଘ କାର୍ଯ୍ୟକ୍ରମରେ ଯୋଗଦେଇ ହକ୍ ଦାବି ନିମନ୍ତେ ସରକାରଙ୍କ ସହିତ ଲଢେଇ କରିଥିଲେ । ମହାସଂଘ ପକ୍ଷରୁ ଏଭଳି ଜଣେ ନିଷ୍ଠାପର ସଂଗଠକଙ୍କୁ ହରାଇଲା ବୋଲି ସଂଘ ଦୁଃଖପ୍ରକାଶ କରିିବା ସହିତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
