ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ଜରୁରୀ ବୈଠକ

କେନ୍ଦ୍ରାପଡ଼ା, ୨୭/୦୮/୨୦୨୬ (ଓଡ଼ିଶା ସମାଚାର)- ଗରାପୁରସି୍ଥତ ପ୍ରାଥମିକ ଶିକ୍ଷକ ଭବନରେ ଜିଲା ସଭାପତି ଅନନ୍ତ କୁମାର ପରିଡାଙ୍କ ସଭାପତିତ୍ୱରେ ପଦୋନ୍ନତି ସମ୍ପର୍କିତ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତା ୧୩/୫/୨୦୨୬ ରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ପତ୍ର ଓ ତା ୧୮/୦୫/୨୦୨୬ ରେ ପ୍ରାଥମିକ ଶିକ୍ଷା ନିର୍ଦ୍ଧେଶକଙ୍କ ପତ୍ର ପ୍ରେରଣ ପରେ ବହୁବାର ସଂଘ ପକ୍ଷରୁ ଭେଟିବା ପରେ କେନ୍ଦ୍ରାପଡା ଜିଲାର ଜିଲା ଶିକ୍ଷାଧିକାରୀ ତା ୧୨/୬/୨୦୨୬ ରେ ମଣ୍ଡଳ ଶିକ୍ଷାଧିକାରୀ ମାନଙ୍କୁ ଏକ ସ୍ୱତନ୍ତ୍ର ଫର୍ମାଟ ସହିତ ଶିକ୍ଷକ ମାନଙ୍କର ତଥ୍ୟ ପ୍ରଦାନ କରିବାକୁ ପତ୍ର ପ୍ରେରଣ କଲେ ।

ପରେ ପ୍ରୋଭିଜନାଲ ଗ୍ରେଡ଼େସନ ତାଲିକା ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଶୀଘ୍ର ବାହାର କରିବାକୁ କହିବା ସତ୍ୱେ ଦୀର୍ଘ ଦୁଇମାସରୁ ଉର୍ଦ୍ଧ୍ୱ ସମୟ ପରେ ଗତ ୨୧/୮/୨୦୨୬ ତାରିଖ ପଡି ୨୪/୮/୨୦୨୬ ରେ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ କେବଳ ଲେଭେଲ -୪ରେ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପ୍ରୋଭିଜନାଲ ଗ୍ରେଡ଼େସନ ତାଲିକା ପ୍ରକାଶ ପାଇଛି ଯାହାକି ବରିଷ୍ଠତା ଚୟନରେ ଗଣଶିକ୍ଷା ସଚିବ ଓ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କ ପତ୍ର ଓ ୧୯୯୭ କ୍ୟାଡର ନିୟମ ଓ ୨୦୧୯ କ୍ୟାଡର ନିୟମକୁ ଅନୁସରଣ କରାଯାଇନାହିଁ ।ଓଟିଇଟି ପାସର ତାରିଖକୁ ଆଧାର କରି ବରିଷ୍ଠତା ଚୟନ କରାଯାଇ ପ୍ରୋଭିଜନାଲ ଗ୍ରେଡ଼େସନ ତାଲିକା ପ୍ରସ୍ତୁତ କରାଯାଇଛି ଯାହାକି ଓଡିଶାରେ ଅନ୍ୟ କୌଣସି ଜିଲାର ଗ୍ରେଡ଼େସନ ତାଲିକାରେ ପରିଲକ୍ଷିତ ହୋଇନାହିଁ ଏବଂ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କ ଅନୁମୋଦନ ଲାଭ କରିଛି । ମାତ୍ର ସଂଘ ପକ୍ଷରୁ ଅନେକ ଥର ଭେଟି ଏହିଭଳି ତାଲିକା ଓଡ଼ିଶାର କୌଣସି ଜିଲାରେ ପ୍ରକାଶ ପାଇନାହିଁ କହିବା ସତ୍ୱେ ଜିଲା ଶିକ୍ଷାଧିକାରୀ ଏହିଭଳି ତାଲିକା ପ୍ରକାଶ କରି ଆମକୁ ହତୋତ୍ସାହିତ କରିଛନ୍ତି କାରଣ ଏହି ତାଲିକା ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କ ଅନୁମୋଦନ ଲାଭ କରିବ ନାହିଁ ବୋଲି ଶିକ୍ଷକ ମାନଙ୍କଧ୍ୟରେ ଆଶଙ୍କା ପ୍ରକାଶ ପାଇଛି ।

ଏହି ତାଲିକାକୁ ସଂଶୋଧନ କରି ଉପଯୁକ୍ତ କ୍ୟାଡର ନିୟମ ପାଳନ କରି ସଂଶୋଧିତ ତାଲିକା ପ୍ରକାଶ କରିବାକୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସମସ୍ତ ବ୍ଲକର ସଭାପତି, ସମ୍ପାଦକ, ଜିଲା ସମ୍ପାଦକ ଅଶ୍ୱିନୀ କୁମାର ରାଉତ ଓ ଜିଲାର ଅନ୍ୟାନ୍ୟ ନେତୃବୃନ୍ଦ ଯଥା ଅନୀଲ କୁମାର ଦାଶ, ଦିବାକର ଦାଶ, ରତିକାନ୍ତ ପାତ୍ର, ହରେକୃଷ୍ଣ ସାହୁ, ପ୍ରେମାନନ୍ଦ ଜୀବନ ଦାସ, ବିଶ୍ୱରଞ୍ଜନ ଦାଶ, ଦୀପକ ମହାନ୍ତି, ଚିରଞ୍ଜନ ରାଉଳ, ଲକ୍ଷ୍ମୀଧର ଲେଙ୍କା, ଅଦ୍ୱୈତ ବିଶ୍ୱାଳ, ଅମୀୟ ଚୌଧୁରୀ, ଶିଶିର କୁମାର ଦାସ, ରାଜକିଶୋର ପ୍ରଧାନ, ଭକ୍ତରଂଜନ ସ୍ୱାଇଁ, ଦେବେନ୍ଦ୍ର ନାୟକ, ସେକ ବରକତୁଲ୍ଲା, ସମୀର ନାୟକ, ବିପିନ ପ୍ରଧାନ, କିଶୋର ସେନାପତି, ସେକ ଏମ୍ଡି ଫଯାଜୁଦ୍ଧିନ, ଖଗେଶ୍ୱର ସାମଲ ପ୍ରମୁଖ ବହୁ ଶିକ୍ଷକ ନେତା ମତପ୍ରକାଶ କରିଥିଲେ ।

ଆବଶ୍ୟକ ସ୍ଥଳେ ଜିଲାପାଳ ମହୋଦୟଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ଆବଶ୍ୟକ ପଡିଲେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆନ୍ଦୋଳନ କରିବେ ବୋଲି ନେତୃମଣ୍ଡଳୀ ମତବ୍ୟକ୍ତ କରିଥିଲେ । ଶେଷରେ ପଟ୍ଟାମୁଣ୍ଡାଇ ବ୍ଲକର ସଭାପତି ବିଶ୍ୱରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *