ନୂତନ ତହସିଲଦାର ଭାବେ ଅନିଲ କୁମାର ମହାନ୍ତି ଙ୍କ ଯୋଗଦାନ

ଭୁବନ ୧୭/୧୧/୨୦୨୫ (ଓଡ଼ିଶା ସମାଚାର)-ଭୁବନ ତହସିଲ କାର୍ଯ୍ୟାଳୟରେ ଶ୍ରୀଯୁକ୍ତ ଅନିଲ କୁମାର ମହାନ୍ତି ନୂତନ ତହସିଲଦାର ଭାବେ ଯୋଗଦେଇଛନ୍ତି । ବିଦାୟୀ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ ଙ୍କ ଠାରୁ ସେ ଦାୟିତ୍ଵ ଗ୍ରହଣ କରିଥିଲେ। ଏହା ପୂର୍ବରୁ ଶ୍ରୀଯୁକ୍ତ ମହାନ୍ତି ପୁରୀ ଜିଲ୍ଲା ଗୋପ ତହସିଲ ରେ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ଜଣେ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ଦକ୍ଷ ଅଫିସର ଭାବେ ତାଙ୍କର ସୁନାମ ରହିଛି ।

ଲୋକଙ୍କୁ ତ୍ୱରିତ ସେବା ଯୋଗାଇ ଦେବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ସାମ୍ବାଦିକଙ୍କୁ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ନୂତନ ତହସିଲଦାର ଶ୍ରୀଯୁକ୍ତ ମହାନ୍ତି ଙ୍କୁ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସୌଜନ୍ୟ ମୂଳକ ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିଲେ । ବିଦାୟୀ ତହସିଲଦାର ଶ୍ରୀଯୁକ୍ତ ଦାଶ ଗୋପ ତହସିଲ କୁ ବଦଳି ହୋଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *