ଖଣ୍ଡଗିରିର ବିଶ୍ୱପ୍ରସିଦ୍ଧ ସାଧୁସନ୍ଥ ମହାକୁମ୍ଭମେଳା-୨୦୨୬ ର ପ୍ରସ୍ତୁତି ବୈଠକ ଓ ପାଦୁକା ଆଶ୍ରମର ବାବା ଉଦ୍ଧବ ଦାସଙ୍କ ୧୯ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ପାଳନ

ଭୁବନେଶ୍ୱର,୧୭/୧୧/୨୦୨୫(ଓଡ଼ିଶା ସମାଚାର)- ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦର ଅଧ୍ୟକ୍ଷ ତଥା କୁମ୍ଭମେଳାର ଆବାହକତ୍ୱରେ ପାଦୁକା ଆଶ୍ରମ, ଖଣ୍ଡଗିରିଠାରେ କୁମ୍ଭମେଳାର ପ୍ରସ୍ତୁତି ବୈଠକ ହୋଇଥିଲା । ଉକ୍ତ ବୈଠକରେ କୁମ୍ଭମେଳାର ଆବାହକ ସଭାପତିତ୍ୱ କରିଥିଲେ । ବାବା ପଂଚଦେବ କହିଲେ ସନାତନ ବୈଦିକ ଧର୍ମ ସଂସ୍କୃତି ଅନୁଯାୟୀ କୁମ୍ଭମେଳାରେ ସାଧୁସନ୍ଥମାନେ ପାଳନ କରିବେ । କୌଣସି ଗୁଣି, ଗାରେଡି, ଝଡ଼ା ଫୁଙ୍କାରେ ରୋଗ ପ୍ରଭୃତି ଭଲ ହେବା ଅପସଂସ୍କୃତିକୁ ପ୍ରଶୟ ଦିଆଯିବ ନାହିଁ । ଆର୍ଯ୍ୟ ସମାଜର ୧୫୦ତମ ପ୍ରତିଷ୍ଠା ଦିବସ ସନାତନ ବୈଦିକ ଧର୍ମ, ବେଦ ଉଧାରକ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜନ୍ମଜୟନ୍ତୀ ପାଳନ କରାଯାଇଥିଲା ଅକ୍ଟୋବର ୩୦ ରୁ ନଭେମ୍ବର ୧ ତାରିଖ । ଭାରତ ସରକାରଙ୍କ ଦ୍ୱାରା ୧୫୦ ଟଙ୍କିଆ ମୁଦ୍ରା ଓ ୨୦୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କରାଯାଇଥିଲା ଯେଉଁଥିରେ ଗାୟତ୍ରୀ ମନ୍ତ୍ରଙ୍କୁ ସ୍ଥାନ ଦିଆଯାଇଥିବାରୁ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦିକୁ ଭୂୟସୀ ପ୍ରଶଂସା କରାଯାଇଥିଲା ଓ ସାଧୁସନ୍ଥମାନେ ଧନ୍ୟବାଦ ଜଣାଇଛନ୍ତି । ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ ୧୫୦ତମ ଜୟନ୍ତୀ ପାଳନ ମଧ୍ୟ କରାଯାଇଥିଲା ।

ପାଦୁକାଶ୍ରମ (କଠଉ) ମଠର ବାବା ଉଦ୍ଧବ ଦାସଙ୍କ ୧୯ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ପାଳନ କରାଯାଇଥିଲା । ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଆଂଚଳିକ ସଂକୀର୍ତନ ସଂଘ ତରଫରୁ ସଂକୀର୍ତନ ପରିବେଷଣ କରାଯାଇଥିଲା । ଖଣ୍ଡଗିରିରେ ଯୋଗ ଦେଉଥିବା ସାଧୁସନ୍ଥ ମାନଙ୍କ ଦ୍ୱାରା ସାଧୁ ସମ୍ମିଳନୀ କରାଯାଇଥିଲା । ବାବା ପଂଚଦେବ କହିଲେ ଏ ବର୍ଷ ଖଣ୍ଡଗିରି ସାଧୁସନ୍ଥ କୁମ୍ଭମେଳା ତା ୨୩.୦୧.୨୦୨୬ ରୁ ତା ୦୧.୦୨.୨୦୨୬ ପର୍ଯ୍ୟନ୍ତ ପାଳନ କରାଯିବ । ଏବର୍ଷ କୁମ୍ଭମେଳାର ଏକ ସ୍ମରଣିକା ଉନ୍ମୋଚନ କରାଯିବ । ୧୪୪ଜଣଙ୍କୁ କୁମ୍ଭମେଳାର ସାଧୁସନ୍ଥ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏବର୍ଷ କୁମ୍ଭମେଳାର ଭାରତର ବିଭିନ୍ନ ପ୍ରାନ୍ତରୁ ହଜାରରୁ ଊଦ୍ଧ୍ୱର୍ ସାଧୁସନ୍ଥ ଯୋଗଦେବେ, କାରଣ ମାଘ ପୂର୍ଣ୍ଣିମାରେ ରବି ପୁଷ୍ୟା ଯୋଗ ପଡ଼ୁଥିବାରୁ ଏହା ଏକ ମହାନ୍ ଯୋଗ । ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦର ସୁବର୍ଣ୍ଣ ଜୟନ୍ତୀ ତଥା କଳି ପ୍ରବେଶ ୫୧୨୬ ବର୍ଷ ପୂର୍ତି ପାଳନ କରାଯିବ ବୋଲି ବାବା ପଂଚଦେବ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ସନାତନ ବୈଦିକ ଧର୍ମ ନୀତି ଅନୁଯାୟୀ ପଂଚ ମହାଯଜ୍ଞ ପାଳନ କରାଯିବ । ଭୁବନେଶ୍ୱର ମହାନଗର ନିଗମ ଓ ଓଡ଼ିଶା ସଂସ୍କୃତି ବିଭାଗ ତରଫରୁ ଚଳିତ କୁମ୍ଭମେଳା-୨୦୨୫ କୁ ହାତକୁ ନେଇଛନ୍ତି । ଚଳିତ ବିଧାନସଭାର ଶୀତକାଳୀନ ଅଧିବେଶନରେ ସାଧୁସନ୍ଥ କୁମ୍ଭମେଳାକୁ ରାଜ୍ୟ ସରକାର ମାନ୍ୟତା ସହିତ ପ୍ରୋତ୍ସାହନ କରିବା ଏବଂ ସରକାରୀ ସ୍ୱୀକୃତି ପ୍ରଦାନ କରିବା ପାଇଁ ସାଧୁସନ୍ଥମାନେ ଦାବି କରିଥିଲେ । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ଦେବାପାଇଁ ସାଧୁସନ୍ଥମାନେ ସଭାକାର୍ଯ୍ୟରେ ଜଣାଇଥିଲେ ।

ପରିଶେଷରେ ସାଧୁସନ୍ଥମାନଙ୍କୁ ଧନ୍ୟବାଦ ପୂର୍ବକ ଯୋଗଦେଇଥିବା ପୂର୍ବତନ କର୍ପୋରେଟର ଶ୍ରୀଯୁକ୍ତ ରଘୁନାଥ ମହାନ୍ତି, ବାବୁ ପ୍ରଧାନ ଖଣ୍ଡଗିରିର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ ବୋଲି ସଂଯୋଜକ ଚନ୍ଦନ ଦାସ, ଆଲୋକ ଦାସ, ବାବା କୃଷ୍ଣ ଦାସ, ବାବା ବାବୁଲି ଦାସ, ବାବା ଭାସ୍କର ଦାସ, ବାବା କଲ୍ୟାଣୀ ଦାସ, ବାବା ଶୁକ ଦାସ, ମହନ୍ତ ପୂର୍ଣ୍ଣାନନ୍ଦ ଦାସ, ପ୍ରଭୃତି ସାଧୁସନ୍ଥ ପାଦୁକା ଆଶ୍ରମର ମଠାଧିଶ ବାବା ନବ କିଶୋର ଦାସ ଓ ପାଦୁକା ଆଶ୍ରମର ଶ୍ରଦ୍ଧାଳୁବୃନ୍ଦ ସାଧୁସନ୍ଥ ମାନଙ୍କର ସମସ୍ତ ବ୍ୟବସ୍ଥା କରିଥିଲେ । ପରିଶେଷରେ ଶାନ୍ତିପାଠ ପୂର୍ବକ ସଭାକାର୍ଯ୍ୟ ସମାପ୍ତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *