୨୬୦ ହଣ୍ଡା ଭଣ୍ଡାର ଭୋଗ ଲାଗିଲା
ଭୁବନ,୨୩/୧୧/୨୦୨୬(ଓଡ଼ିଶା ସମାଚାର)– ଢେ଼ଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନ ର ବାବା ବୁଦ୍ଧେଶ୍ଵର ମନ୍ଦିର ପରିସରରେ ରେ ପ୍ରସିଦ୍ଧ ବଡ଼ ଓଷା ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁ ଭକ୍ତମାନେ ମାନସିକ ପୂରଣ ପାଇଁ ପ୍ରତ୍ୟୁଷରୁ ଧାଡ଼ି ରେ ଯାଇ ବାବା ବୁଦ୍ଧେଶ୍ଵର ଙ୍କୁ ଦର୍ଶନ କରିଥିଲେ ଓ ପରେ ଭଣ୍ଡାର ଭୋଗ ରାନ୍ଧି ବାବା ଙ୍କ ନିକଟରେ ଭୋଗ ଅର୍ପଣ କରିଥିଲେ। ସମୁଦାୟ ୨୬୦ ହଣ୍ଡା ଭଣ୍ଡାର ଭୋଗ ଲାଗି ହୋଇଥିଲା । ମନ୍ଦିର ପରିଚାଳନା କମିଟି ସମସ୍ତ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଅନୁରୂପ ଭାବେ ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ର କାଶୀ ବିଶ୍ଵନାଥ ମନ୍ଦିର ( ଛତା ମଠ) ପରିସରରେ ମଧ୍ୟ ଭଣ୍ଡାର ଭୋଗ ଲାଗି ହୋଇଥିଲା।
ପଞ୍ଚକ ପାଇଁ ଚଳ ଚଞ୍ଚଳ ହୋଇପଡିଛି ବୁଦ୍ଧେଶ୍ଵର ମନ୍ଦିର । ମନ୍ଦିର ପରିସରରେ ଷୋଡଶ ବାର୍ଷିକ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ଆଜି ଠାରୁ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି । ଉଠା ଦୋକାନ ଓ ମିନା ବଜାର ପାଇଁ ପ୍ରବଳ ଗହଳି ହୋଇଛି ।
