ସାଲେପୁର,୨୩/୧୧/୨୦୨୬(ଓଡିଶା ସମାଚାର /ଅଭୟ ଜେନା)-ପବିତ୍ର କାର୍ତ୍ତିକ ମାସ ଅବସରରେ ଯୁବ ସମାଜସେବୀ ଜିତେନ୍ଦ୍ର ଦାଶ ସାଲେପୁର ଅଞ୍ଚଳର ହବିଷ୍ୟାଳି ମାନଙ୍କୁ ନେଇ ଛତିଆ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହିତ ପ୍ରସାଦ ସେବନ କରାଇଥିବା ଜଣାପଡ଼ିଛି।ସାଲେପୁର ଅଞ୍ଚଳର ଜଣାଶୁଣା ସମାଜସେବୀ ଜିତେନ୍ଦ୍ର ଦାଶ ଏବଂ ସଙ୍ଗଠକ ଦେବୀପ୍ରସାଦ ଦାଶ ନିଜ ଖର୍ଚ୍ଚରେ ପ୍ରାୟ୩୦ ଜଣ ହବିଷ୍ୟାଳି ମାନଙ୍କୁ ଗାଡ଼ିରେ ନେଇ ଛତିଆ ସ୍ଥିତ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ପହଞ୍ଚି ଥିଲେ।
ସେଠାରେ ପ୍ରଭୂ ଜଗନ୍ନାଥ, ବଳଭଦ୍ର, ଶୁଭଦ୍ରା ଙ୍କ ଦର୍ଶନ କରିବା ସହିତ ମନ୍ଦିର ବୁଲାଇ ଦେଖାଇ ଥିଲେ।ସମସ୍ତଙ୍କୁ ପ୍ରଭୁଙ୍କ ପ୍ରସାଦ ସେବନ କରାଇଥିଲେ।ସମାଜସେବୀଙ୍କ ଏଭଳି ମହତ କାର୍ଯ୍ୟ କୁ ସମସ୍ତ ହବିଷ୍ୟାଳି ମାନେ ପ୍ରଶଂସା କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ଅନୁରାଗ ଦାଶ, ଗୀତାଞ୍ଜଳି ପ୍ରଧାନ, ଦିନେସ ପ୍ରମୁଖ ସହଯୋଗ କରିଥିଲେ।
