ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କ ରଚିତ ‘କମେଡି ଇନ୍ ଖାକି’ ଇଂରାଜୀ ପୁସ୍ତକ ଉନ୍ମୋଚିତ

‘କମେଡି ଇନ୍ ଖାକି’ ପୁସ୍ତକରେ ମଜାଳିଆ କଥାବସ୍ତୁ ସହ ଗମ୍ଭୀର ବିଷୟକୁ ସାମ୍ନାକୁ ଆଣିଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

ପ୍ରକାଶ ମିଶ୍ରଙ୍କ ଲିଖିତ ଏହି ହାସ୍ୟରସାତ୍ମକ ପୁସ୍ତକକୁ ଉନ୍ମୋଚନ କରିବା ମୋର ସୌଭାଗ୍ୟ
• ଉନ୍ମୋଚିତ ହୋଇଥିବା ପୁସ୍ତକ କମେଡି ଇନ୍ ଖାକି ଲୋକାଦୃତ ହେଉ, ଏହା ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା

ଭୁବନେଶ୍ୱର,୨୨/୦୧/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଭୁବନେଶ୍ୱର ଠାରେ ଓଡ଼ିଶାର ପୂର୍ବତନ ଡିଜି ତଥା ସିଆରପିଏଫ୍ ମୁଖ୍ୟ ପ୍ରକାଶ ମିଶ୍ରଙ୍କ ରଚିତ ଇଂରାଜୀ ପୁସ୍ତକ ‘କମେଡି ଇନ୍ ଖାକି : ଦ ହ୍ୟୁମୋରସ୍ ମେମୋରିଜ୍ ଅଫ୍ ଏ ପୋଲିସମ୍ୟାନ’  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି ।

ଶ୍ରୀ ପ୍ରଧାନ ପୁସ୍ତକଟିକୁ ଲୋକାର୍ପଣ କରି ଖୁସି ପ୍ରକାଶ କରିବା ସହ କହିଛନ୍ତି ଯେ ଓଡ଼ିଶା ପୋଲିସର ଜଣେ ଦକ୍ଷ ଓ ଶୃଙ୍ଖଳିତ ଅଧିକାରୀ ଭାବେ ଓଡ଼ିଶାର ଘରେ ଘରେ ପରିଚିତ ପ୍ରକାଶ ମିଶ୍ରଙ୍କ ଲିଖିତ ଏହି ହାସ୍ୟରସାତ୍ମକ ପୁସ୍ତକକୁ ଉନ୍ମୋଚନ କରିବାର ସୁଯୋଗ ମିଳିବା ମୋର ସୌଭାଗ୍ୟ । ବହିଟି ବହୁତ ରୋଚକ ହୋଇଛି । ନିଜ ମନର ଅଭିବ୍ୟକ୍ତିକୁ ପୁସ୍ତକରେ ପ୍ରକାଶ କରିଛନ୍ତି । ଆମ ରାଜ୍ୟରେ ପଢ଼ିବା, ବୁଝିବା ଏବଂ ତାହା ଉପରେ ତର୍କ କରିବା ସହଜ ନୁହେଁ । ପ୍ରକାଶ ମିଶ୍ରଙ୍କ ଏହି ବହିକୁ ସମସ୍ତେ ପଢିବା ଜରୁରୀ । ଏହି ପୁସ୍ତକ ଓଡ଼ିଶାର ନୀତି ନିର୍ଦ୍ଧାରକମାନଙ୍କ ପାଇଁ ଏକ ରୋଚକ ବିଷୟ ବିନ୍ଦୁ ତିଆରି  କରିବ ।

ପ୍ରକାଶ ବାବୁ ଏଭଳି ଏକ ନିଆରା ବହି ଲେଖି ଗୁରୁଗମ୍ଭୀର ପ୍ରଶାସକୀୟ ବ୍ୟକ୍ତିତ୍ୱ ଭିତରେ ଲୁଚି ରହିଥିବା ମଜାଳିଆ କଥା ଲୋକମାନଙ୍କ ସାମ୍ନାକୁ ଆଣିଛନ୍ତି । ପିଲାଦିନରୁ ଦୀର୍ଘବର୍ଷର ସେବା କାଳରେ ସେ ଅଙ୍ଗେ ନିଭାଇଥିବା ଅନେକ ଛୋଟ ବଡ଼ ମଜାଳିଆ ଘଟଣା ଓ ସ୍ମୃତିକୁ ସାଉଁଟି ଏହି ସୁନ୍ଦର ପୁସ୍ତକଟି ଭେଟି ଦେଇଥିବାରୁ ଶୁଭେଚ୍ଛା । ଓଡ଼ିଆ ଲୋକଙ୍କ ମଧ୍ୟରେ ସୃଜନଶୀଳତା ରହିଛି । ଏକବିଂଶ ଶତାବ୍ଦୀରେ ଓଡ଼ିଆ ଲୋକମାନେ ସମ୍ପନ୍ନ ହେବେ ବୋଲି ସେ କହିଛନ୍ତି ।

ଉନ୍ମୋଚିତ ହୋଇଥିବା ପୁସ୍ତକ କମେଡି ଇନ୍ ଖାକି ଲୋକାଦୃତ ହେବା ନେଇ ଶ୍ରୀ ପ୍ରଧାନ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

Odisha # Odisha News # Odisha Samachar # Eodishasamachar.com/Chief Education News # Dharmendra Pradhan #

Leave a Reply

Your email address will not be published. Required fields are marked *