ନକଲି ମଦ କାରଖାନା ଠାବ,  ୬୦ ଲକ୍ଷ ଟଙ୍କାର ନକଲି ମଦ ଧରାପଡ଼ିଲା – ୩ ଗିରଫ

କଟକ ୧୯/୦୭/୨୦୨୫ (ଓଡ଼ିଶା ସମାଚାର)-ନକଲି ବିଦେଶି ମଦ ଚୋରା କାର ବାର କରୁଥିବା ଏକ ରାକେଟ୍ କୁ ଅବକାରୀ ଗୁଇନ୍ଦା ଠାବ କରିଛି ।  ଗୋଟିଏ ପିକ୍ ଅପ ଭ୍ୟାନ ସହତି ୭୦୦ ପେଟି ନକଲି ବିଦେଶୀ ମଦ ଜବତ କରାଯାଇଛ।ଏଥିରେ ସମ୍ପୃକ୍ତ ଥିବା ଆଠଗଡ଼ ଜେନା ପଦା ଗାଁର ବିରଞ୍ଚି ରଣା (୩୭), ମୟରୂଭଞ୍ଜ ରାସଗୋବିନ୍ଦପୁର ଥାନା ଭୁରୁଡୁବଣିଗାଁର ପୂର୍ଣ୍ଣଚନ୍ଦ୍ର ମାରାଣ୍ଡି, ଅର୍ଜୁନ ଚନ୍ଦ୍ର ଟୁଡୁ ଓ ଧନୁ ହାଁସଦାଙ୍କୁ ଗିରଫ କରାଯାଇ ଅଦାଲତ ଚାଲାଣ କରାଯାଇଛି । ଜବତ ନିଶାଦ୍ରବ୍ୟର ଆନୁମାନିକ ମୂଲ୍ୟ ୬୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅବକାରୀ ଭାରପ୍ରାପ୍ତ ଆୟୁକ୍ତ ଧର୍ମେନ୍ଦ୍ର ମଲିକ ସୂଚନା ଦେଇଛନ୍ତି ।

କଟକ ଜିଲାରେ ଧରପଗଡ଼ ସମୟରେ ଏକ ସ୍ଥାନରୁ ନକଲି ବିଦେଶୀ ମଦ ଜବତ ହୋଇଥିଲା। ଏହି ମଦର ଉତ୍ସ ସମ୍ପର୍କରେ ଜାଣିବା ପାଇଁ ଅବକାରୀ ଗୁଇନ୍ଦା ବିଭାଗ ତଦନ୍ତ ଜାରି ରଖିଥିଲା। ଏହି ସମୟରେ ବୁଧବାର ଜଣେ ଯୋଗାଣକାରୀ ତଥ୍ୟ ହସ୍ତଗତ ହୋଇଥିଲା। ତେବେ ବିଭାଗ କିଭଳି ଭାବେ ମୂଳ ଉତ୍ସରେ ପହଞ୍ଚିବ ସେ ନେଇ ଅବକାରୀ ଅଧିକାରୀ ବିକାଶ ନାୟକ ଗ୍ରାହକ ସାଜି ତାକୁ ଯୋଗାଯୋଗ କରିଥିଲେ । ମୁଲ ଚାଲ ପରେ ଭୁବନେଶ୍ବରରେ ମାଲ ନେଣଦେଣ ହେବ ବୋଲି ସମୟ ଧାର୍ୟ୍ୟ ହୋଇଥିଲା। ଗୁରୁବାର ଅଭିଯୁକ୍ତ ବିରଞ୍ଚି ଓ ପୂର୍ଣ୍ଣଚନ୍ଦ୍ର ମଦ ଭର୍ତ୍ତି ଏକ ପିକ୍ ଅପ ଭ୍ୟାନ୍ ଧରି ତମାଣ୍ଡୋରେ ପହଞ୍ଚିଥିଲେ । ଏହି ସମୟରେ ସେଠାରେ ପୂର୍ବରୁ ଡେରା ପକାଇଥିବା ଅବକାରୀ ଟିମ ସେମାନଙ୍କୁ କାବୁ କରିଥିଲା।

ତଲାସି ସମୟରେ ଗାଡ଼ିର ଡାଲାରୁ ବିଭିନ୍ନ କମ୍ପାନୀର ୧୮ ପେଟି ନକଲି ମଦ ଜବତ ହୋଇଥିଲା। ଏହି ଘଟଣାରେ ଅଭଯୁକ୍ତ ଦୁଇ ଜଣଙ୍କୁ ଅବକାରୀ ବିଭାଗ ଆଣି ପଚରା ଉଚୁରା କରିବାରୁ ନକଲି ମଦର ଗୋଦାମ ଆଠଗଡ଼ରେ ଥିବା ଜଣାପଡିଥି଼ଲା। ପରେ ଅବକାରୀ ଟିମ ଆଠଗଡ଼ ମୈତ୍ରୀନଗର ଅଞ୍ଚଳର ଏକ ବନ୍ଦ କୋଠା ଘରେ ଚଢ଼ଉ କରିଥିଲା। ସେଠାରୁ ୩୦୦ ପେଟି ନକଲି ବିଦେଶୀ ମଦ ଜବତ କରାଯିବା ପରେ ଢେଙ୍କାନାଳ ଜିଲା ହିନ୍ଦୋଳର ଆଉ ଏକ ଗୋଦାମ ଥିବା ଜଣାପଡିଥି଼ଲା। ହିନ୍ଦୋଳ ଥାନା ଅନ୍ତର୍ଗତ ବାଉଁଶ ପୋଖରୀ ଗ୍ରାମରେ ଚଢ଼ଉ କରାଯାଇଥିଲା। ବାଉଁଶ ପୋଖରୀ ଅଞ୍ଚଳର ଏକ ଘର ଭିତରେ ବିଦେଶୀ ମଦ କାରଖାନା ଚାଲିଥିବା ଅବକାରୀ ବିଭାଗ ଦେଖିବାକୁ ପାଇଥିଲା। ଗୋଟିଏ ଛାତ ତଳେ ବିଭିନ୍ନ ନାମୀ କମ୍ପାନୀର ନକଲି ମଦ ପ୍ରସ୍ତୁତ ହେଉଥିବା ଜଣାପଡିଥି଼ଲା। ସେଠାରୁ ୪୦୦ ପେଟି ନକଲି ମଦ ଜବତ ସହିତ ଉପସ୍ଥିତ ଅଭିଯୁକ୍ତ ଅର୍ଜୁନ ଚନ୍ଦ୍ର ଟୁଡୁ ଓ ଧନୁ ହାଁସଦାଙ୍କୁ ଗିରଫ କରାଯାଇଥିଲା। ଏହିି କାରଖାନାରୁ ଜବତ ୭୧୮ଟି ପେଟିରୁ ୩୪ ହଜାର ୪୬୪ଟି ବୋତଲ ଜବତ କରିଥିଲା।

ଏଥିସହ ମଦ ପ୍ୟାକିଂ ପାଇଁ ୩୮ ହଜାର ୭୪୨ଟି ପ୍ଲାଷ୍ଟିକ୍  ବୋତଲ ଠିପି, ୩୪୦୦ଟି ଟିଣଠ ିପି , ବିଭିନ୍ନ କମ୍ପାନୀର ୪୦ ହଜାର ୪୪୨ଟି ନକଲି ଷ୍ଟିକର, ୨୯ ହଜାର ୧୮୫ଟି  ନକଲି ଲେବୁଲ, ୨ ହଜାର ଟି ଖାଲି କାର୍ଟୁନ ଅବକାରୀ ବିଭାଗ ଜବତ କିରଥିଲା ।

Leave a Reply

Your email address will not be published. Required fields are marked *