ଜିଲ୍ଲା ରେ ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀ ଙ୍କ ଚିହ୍ନଟ ନେଇ କେନ୍ଦ୍ରାଞ୍ଚଳ ଡି ଆଇ ଜି ଙ୍କ ପ୍ରେସ ମିଟ

ଜଗତସିଂହପୁର,୧୭/୧୧/୨୦୨୫ (ଓଡ଼ିଶା ସମାଚାର)-ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ କେନ୍ଦ୍ରାଞ୍ଚଳ ଡି ଆଇ ଜି ଶ୍ରୀ ସତ୍ୟଜିତ ନାୟକ ଙ୍କ ଦ୍ଵାରା ଜିଲ୍ଲା ର ବେହେରାମ  ପୁର ଓ ଧନିପୂର୍ ଠାରେ ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀ ଙ୍କ ଚିହ୍ନଟ ସମ୍ପର୍କିତ ପ୍ରେସ ମିଟ୍ ଅନୁଷ୍ଠିତ ହୋଇଯାଇଛି। ପ୍ରେସ ମିଟ ରେ ଡି ଆଇ ଜି ଶ୍ରୀ ନାୟକ କହିଥିଲେ ଯେ, ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ଡି ଜି ପି ଙ୍କ ନିର୍ଦ୍ଦେଶ ରେ ସମଗ୍ର ରାଜ୍ୟ ରେ ସନ୍ଦେହଜନକ ଓ ବେଆଇନ ଭାବେ ରହୁଥିବା ଅନ୍ୟ ଦେଶର ଅନୁପ୍ରବେଶକାରୀ ମାନଙ୍କୁ ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦୃଢ଼ ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବିଭିନ୍ନ ଜାଗାରେ ଚଢ଼ଉ କରାଯାଉଅଛି।

ଗତକାଲି  ଉପ ଆରକ୍ଷୀ ଅଧିକ୍ଷକ ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କ ନେତୃତ୍ୱ ରେ ରେଡ କରାଯାଇଥିଲା। ଏଥିରେ ୩ ଜଣ ସନ୍ଦିଗ୍ଧ ଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ପାଖରୁ ୧୦ ଟି ବିଭିନ୍ନ ପ୍ରକାର ଧାରୁଆ ମାରଣାସ୍ତ୍ର ଓ ୧ଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ଗତ କାଲି ର ଅପରେସନ ରେ ପୋଲିସ ଓ ସେହି ସନ୍ଦିଗ୍ଧ ଅନୁପ୍ରବେଶ କରୀ ଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାପରେ ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓ ଉପସ୍ଥିତି ରେ ବେରହାମପୁର ଓ ଅପରାହ୍ନ ରେ ଧନୀପୂର୍ ଠାରେ ବେଆଇନ ସରକାରୀ ଜାଗାରେ ଥିବା ଜବରଦଖଲ କୁ ବୁଲ ଡ଼ୋଜର ସାହାଯ୍ୟ ରେ ଉଚ୍ଛେଦ କରାଯାଇଥିଲା। ଦୁଇଟି ପର୍ଯ୍ୟାୟ ରେ ଏହି କାର୍ଯ୍ୟ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ରେ ୧୦ ବଖରା ଘର ଭଙ୍ଗା ଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ରେ ୬ ରୁ ୭ ବେଆଇନ ଜବରଦଖଲ ଉଚ୍ଛେଦ ହୋଇଥିଲା।

ଏହି କାର୍ଯ୍ୟ ରେ ୩ ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲେ। ଡି ଆଇ ଜି ଶ୍ରୀ ନାୟକ ଙ୍କ ସୂଚନା ମୁତାବିକ ଏହା ଏକ ନିରନ୍ତର ପ୍ରକ୍ରିୟା ଯେଉଁଥିରେ ସନ୍ଦିଗ୍ଧ କୁ ଆଇନ ଅନୁଯାୟୀ ପ୍ରଥମେ ଡିଟେକ୍ସନ, ପରେ ଡିଲିସନ ଓ ଶେଷରେ ଡିପୋଟେଶନ କରାଯାଇଥାଏ। ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ, ଡି ଆଇ ଜି ଙ୍କ ନେତୃତ୍ୱ ରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ରେ ଥିବା ୧୩୦୦ ରୁ ଉର୍ଦ୍ଧ୍ବ ରାଜସ୍ବ ଗ୍ରାମ ଓ ୧୯୮ ପଞ୍ଚାୟତ ଓ ୨ ପୌର ପାଳିକା ରେ ନିରନ୍ତର ଭାବେ ଚିହ୍ନଟ ପ୍ରକ୍ରିୟା ଜାରୀ ରହିଛି। ସନ୍ଦେହ ଘେରରେ ଆସୁଥିବା ବେଆଇନ ଅନୁପ୍ରବେଶ କାରୀ ଙ୍କର ଆଇନ୍ ଅନୁଯାୟୀ ତଦନ୍ତ ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।

ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା କହିଥିଲେ ଯେ, ଗତକାଲି ୩ ଓ ଆଜି ୧୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଙ୍କୁ ଅଟକ ରଖାଯାଇ ସେମନଙ୍କର ଯାଞ୍ଚ କରାଯାଉଛି। ସେମାନଙ୍କ ମଧ୍ୟରୁ କିଛି ଜଣ ସେମାନେ ବାଂଲାଦେଶୀ ନାଗରିକ ବୋଲି ସ୍ବୀକାର କରିଥିବା ବେଳେ ଅନ୍ୟମାନେ ଯାଞ୍ଚ ସମୟରେ ନିଜର ସଠିକ୍ ପରିଚୟ ପତ୍ର, ଜମିଜମା ସଂପର୍କିତ ବିବରଣୀ ଓ ପ୍ରମାଣ ଦେବାରେ ଅସମର୍ଥ ହୋଇଛନ୍ତି।ସେମାନଙ୍କର ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି। ଏଥି ସହିତ ବିଭିନ୍ନ ଜାଗାରେ ବାହାର ରାଜ୍ୟ ର ଲୋକ ମାନଙ୍କୁ ଘର ଭଡ଼ା ଦେଉଥିବା ଘର ମାଲିକ ମାନେ ସେମାନଙ୍କର ପରିଚୟ ପତ୍ର ଯାଞ୍ଚ କରିବା ସହ ନିକଟସ୍ଥ ଥାନାରେ ସୂଚନା ଦେବାପାଇଁ ଆରକ୍ଷୀ ଅଧିକ୍ଷକ ପରାମର୍ଶ ଦେଇଥିଲେ। ସେହିପରି ବିଭିନ୍ନ ହୋଟେଲ, ଗେଷ୍ଟ ହାଉସ ଆଦିରେ ମଧ୍ୟ  ଏନେଇ ସ୍ୱତନ୍ତ୍ର ଅପରେସନ କେବଳ ଜିଲ୍ଲା ବା ରାଜ୍ୟ ରେ ନୁହେଁ ବରଂ ସମଗ୍ର ଦେଶରେ ଚାଲିଛି। ଜଗତସିଂହପୁର ଜିଲ୍ଲାରେ ଅତ୍ୟନ୍ତ ସଫଳତା ର ସହ ଏହି ପ୍ରକ୍ରିୟା ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଡି ଆଇ ଜି ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ତାଙ୍କ ର ଟିମ କୁ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *