ସେପ୍ଟେମ୍ବର ୧୨ତାରିଖରେ ଯାଜପୁର ରେ ତୃତୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ

ଯାଜପୁର ୦୯/୦୯/୨୦୨୬ (ଓଡ଼ିଶା ସମାଚାର)-ଜ଼ିଲ୍ଲା ଓ ଦୌରା ଅଦାଲତ ସମେତ ଜ଼ିଲ୍ଲା ର ସମସ୍ତ ଅଦାଲତ ପରିସରରେ ଆସନ୍ତା ସେପ୍ଟେମ୍ୱର ୧୨ ତାରିଖରେ  ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ବୋଲି ଜ଼ିଲ୍ଲା ଆଇନ ସେଵା ପ୍ରାଧିକରଣ ସଚିବ ଲିପା ମହାନ୍ତି ପ୍ରକାଶ କରିଛନ୍ତି । ଉକ୍ତ ଲୋକ ଅଦାଲତରେ ସମସ୍ତ ପ୍ରକାର ର ବିଚାରଧୀନ ମକଦ୍ଦମା ଯଥା ଫୌଜଦାରି (ସାଲିସଯୋଗ୍ୟ), ଚେକ ଵାଉନ୍ସ, ବ୍ୟାଙ୍କ ରଣ, ମୋଟର ଦୁର୍ଘଟଣା ଜନିତ କ୍ଷିତପୂରଣ ସମାଧାନ ଯୋଗ୍ୟ, ଟ୍ରାଫିକ ଚାଲାଣ, ଦୋଷ ସ୍ୱୀକାର ବୁଝାମଣା ( Plea Bargaining) ଶ୍ରମ ଓ ନିଯୁକ୍ତି ବିବାଦ, ପାରିବାରିକ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ଆପୋସ ସମାଧାନ କରାଯିବ ।

 ଏ ସଂକ୍ରାନ୍ତ ରେ ସବିଶେଷ ବିବରଣୀ ନିମନ୍ତେ ଜ଼ିଲ୍ଲା ଆଇନ ସେଵା ପ୍ରାଧିକରଣ, ଯାଜପୁର ଓ ତାଲୁକ ଆଇନସେଵା କମିଟି, ଯାଜପୁର ରୋଡ ଏବଂ ଚଣ୍ଡିଖୋଲ ସହିତ ଯୋଗାଯୋଗ କରିବାକୁ ସୂଚନା ଦିଆ ଯାଇଛି ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *