ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ତିରୋଧାନ ଦିବସ ପାଳନ

କେନ୍ଦ୍ରାପଡ଼ା,୦୩/୧୦/୨୦୨୫(ଓଡ଼ିଶା ସମାଚାର)- ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ଆନ୍ଦୋଳନର ମୁଖ୍ୟ ପୁରୋଧା, କେନ୍ଦ୍ରାପଡାର ପୂର୍ବତନ ସାଂସଦ, ଅରୁଣାଚଳ ପ୍ରଦେଶର ପ୍ରାକ୍ତନ ରାଜ୍ୟପାଳ ସ୍ୱର୍ଗତ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ୨୬ତମ ତିରୋଧାନ ଦିବସ କେନ୍ଦ୍ରାପଡାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆଙ୍କ ନେତୃତ୍ୱରେ କଜଳାସ୍ଥିତ ଅର୍ବାନବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସ୍ୱର୍ଗତ ଦ୍ୱିବେଦୀଙ୍କ ପ୍ରତିମୂର୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା ।

ଏଥିସହିତ ଶ୍ରୀ ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ କଂଗ୍ରେସ ନେତା ବିଧାନଚନ୍ଦ୍ର ସାମଲ, ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ଅଶୋକ ମୋହନ ଜେନା, ଅର୍ବାନବ୍ୟାଙ୍କର ପ୍ରାକ୍ତନ ସିଇଓ ସୁଶୀଲ କୁମାର ସାମଲ, ମହେନ୍ଦ୍ର କୁମାର ପରିଡା,ହରିଶ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦ୍ୱିବେଦୀଙ୍କ ବୈପ୍ଳବିକ ସମାଜବାଦୀ ଚିନ୍ତାଧାରା ସମ୍ପର୍କରେ ବକ୍ତବ୍ୟ ରଖି ଭୂସଂସ୍କାର, ଜଳକର ଛାଡ ପ୍ରଭୃତି ଐତିହାସିକ ଆନ୍ଦୋଳନର ପୁରୋଭାଗରେ ରହି ସମାଜକୁ ଦିଗଦର୍ଶନ ଦେଇ ପ୍ରତ୍ୟେକ ଶ୍ରେଣୀ ଓ ବର୍ଗର ବିକାଶ ପାଇଁ ସ୍ୱର୍ଗତ ଦ୍ୱିବେଦୀ ସଂଗ୍ରାମ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରବିନାରାୟଣ ବେହେରା, ଜଗନ୍ନାଥ ସେଠୀ, ପ୍ରଭାକର ସାହୁ, ଜଗତଭୂଷଣ ରଥ, ରଶ୍ମୀରଞ୍ଜନ ଚୌଧୁରୀ, ରଞ୍ଜନ କୁମାର ରାଉତ, ଗୋବିନ୍ଦ ଚନ୍ଦ୍ର ମଳିକ, ଉମେଶ ପାଢୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *