ଆଇନ ସେବା ପ୍ରାଧିକରଣ ତରଫରୁ ଶିଶୁ ଦିବସ ପାଳିତ

ଜଗତସିଂହପୁର, ୧୪/୧୧/୨୦୨୫ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣର ତରଫରୁ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦେଶକ୍ରମେ ରଘୁନାଥପୁର ବ୍ଲକ ଅନ୍ତର୍ଗତ ନାଲିବର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲା ଜଜ୍ ହର ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ସ୍ଵତନ୍ତ୍ର ପୋକ୍ସୋ ଅଦଳତାର ଆଡହକ୍ ଅତିରିକ୍ତ ଜିଲ୍ଲା ଜଜ୍ ଏସ୍.ଏ.କେ.ଜେଡ୍ ଜାହିରା ଅହମ୍ମଦ, ପରିବାର ଅଦାଲତ ବିଚାରପତି ରଶ୍ମିତା ଦଳେଇ, ସ୍ଵତନ୍ତ୍ର ପୋକ୍ସୋ ଅଦଲତର ଅତିରିକ୍ତ ଜିଲ୍ଲା ଜଜ୍ ଗାର୍ଗୀ ପଟ୍ଟନାୟକ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନୀଳିମା ପଣ୍ଡା, ମହିଳା ଅଦାଲତ ବିଚାରପତି ସ୍ଵପ୍ନଶ୍ରୀ ନାୟକ, ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା, ବରିଷ୍ଠ ଦିବାନୀ ବିଚାରପତି (ଏଲ୍.ଆର୍) ଶର୍ମିଷ୍ଠା ଶୁଭଦର୍ଶିନୀ ମହାନ୍ତି, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରଗତି ପ୍ରିୟମ୍ବଦା ଜେନା ଏସ.ଡି.ଯେ.ଏମ୍ ପ୍ରତ୍ୟୁଷ କୁମାର ଚାନ୍ଦ, ମୁନସିଫ ଅନନ୍ୟା ଦାସ, ଯେ.ଏମ.ଏଫ୍.ସି ଅଙ୍କିତ ଦେୱାଙ୍ଗନ, ଶିକ୍ଷାନବିଶ ଅଧିକାରୀ ଶ୍ରୀୟଙ୍କା ଦାଶ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସମସ୍ତଙ୍କ ଜୀବନରେ ଛାତ୍ରାବସ୍ତା ଏକ ଗୁରୁତ୍ଵ ପୂର୍ଣ ସମୟ । ଏହି ସମୟରେ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଗଢା ହୋଇଥାଏ । ପାଠ ପଢିବା ସହିତ ଦେଶ ବିଦେଶରେ ଘଟୁଥିବା ସାମ୍ପ୍ରତିକ ଘଟଣା ବିଷୟରେ ମଧ୍ୟ ଜାଣିବା ଉଚିତ । ଖେଳ, ବିଜ୍ଞାନ, ଅର୍ଥନୀତି, ରାଜନୀତି ବିଜ୍ଞାନ, କଳା, ସାହିତ୍ୟ ବିଷୟରେ ଜ୍ଞାନ ରଖିବା ଦ୍ଵାରା ଛାତ୍ରଛାତ୍ରୀଙ୍କର ସାମଗ୍ରିକ ବିକାଶ ହୋଇଥାଏ । ଅନ୍ତର୍ନହିତ ଗୁଣକୁ ବିକାଶ କରିବାକୁ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ପଟ୍ଟନାୟକ ଉପଦେଶ ଦେଇଥିଲେ ।

ସେହିପରି ସ୍ଵତନ୍ତ୍ର ପୋକ୍ସୋ ଅଦଲତର ବିଚାରପତି ଶ୍ରୀ ଅହମ୍ମଦ ଶିଶୁ ଦିବସର ତାତ୍ପର୍ଜ୍ୟତା ବିଷୟରେ ଆଲୋଚନା କରିଥିଲେ । ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା ନିଃଶୁଳ୍କ ଆଇନ ସେବାର ବିଭିନ୍ନ ଦିଗ ବିଷୟରେ ସଚେତନ କରିଥିଲେ । ଏହାପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଜେନା ଆଦର୍ଶ ବିଦ୍ୟାର୍ଥୀର ଗୁଣ ସମ୍ପର୍କରେ ଆଲୋଚନା କରିବାସହ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୀବନୀ ବିଷୟରେ ବୁଝାଇଥିଲେ । ଏସ.ଡି.ଯେ.ଏମ୍ ଶ୍ରୀ ଚାନ୍ଦ ଶିଶୁ ଶ୍ରମିକ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଶିକ୍ଷାନବିଶ ଅଧିକାରୀ ଶ୍ରୀୟଙ୍କା ଦାଶ ଗଳ୍ପ ମାଧ୍ୟମରେ ବିଭିନ୍ନ ଆଇନ ବିଷୟରେ ସଚେତନ କରାଇଥିଲେ । ଏହି ଅବସରରେ ଏକ ବକ୍ତୃତା ପ୍ରତିଯୋଗୀତା କରଯାଇଥିଲା ଏବଂ କୃତି ପ୍ରତିଯୋଗୀମାନଙ୍କୁ  ପୁରସ୍କୃତ କରଯାଇଥିଲା । ବିଦ୍ୟାଳୟର ସହକାରୀ ଶିକ୍ଷକ ନୃଶିଙ୍ଘ ଚରଣ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *