ଜ୍ୟୋତି କଳସ ରଥ ପରିକ୍ରମା

ଦେବଗଡ଼, ୧୮/୦୨/୨୦୨୫(ଓଡ଼ିଶା ସମାଚାର)- ଦେବଗଡ଼ ଜିଲା ରିଆମାଳ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ ଗାୟତ୍ରୀ ପରିବାର ତରଫରୁ ଜ୍ୟୋତି କଳସ ରଥ ପରିକ୍ରମା କରି ଯଜ୍ଞ ଦ୍ୱୀପ ଓ ମହାଯଜ୍ଞ କରି ଜନଜାଗରଣ କାର୍ଯ୍ୟ କରୁଛନ୍ତି । ସୁଦୂର ଶାନ୍ତିକୁଞ୍ଜ ହରିଦ୍ୱାରରୁ ଆସିଥିବା ପାବନ ଜ୍ୟୋତି କଳସ ରଥକୁ ଆଡଭୋକେଟ୍ ପ୍ରମୋଦ ନନ୍ଦ ଓ ତାଙ୍କ ପତ୍ନୀ ସରିତା ପାଣିଗ୍ରାହୀଙ୍କ ନେତୃତ୍ୱରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ଏହି ଜ୍ୟୋତି କଳସ ରଥ କାର୍ଯ୍ୟକ୍ରମରେ ସୁମତି ବିଶ୍ୱାଳ, ସୁଷମା ବିଶ୍ୱାଳ, ମୁକ୍ତା ରାଉତ, ସୁନିତା ଜେନା, ଟୁନି ବିଶ୍ୱାଳ, ଲକ୍ଷ୍ମୀପ୍ରିୟା ମହାପାତ୍ର, ପୂର୍ବତନ ଯୁକ୍ତ ଦୁଇ ଅଧ୍ୟକ୍ଷ ଅତୁଲ୍ୟ ବିଶ୍ୱାଳ, ଶିକ୍ଷାବିତ ଯୋଗେଶ୍ୱର ବିଶ୍ୱାଳ, ହରିଶ୍ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ । ଜିଲା ଯୁବ ପ୍ରକୋଷ୍ଠ ପ୍ରଭାରୀ, ପରିବ୍ରାଜିକା , ଜିଲା ପ୍ରଭାରୀ ରଥ ଆଗମନର ଲକ୍ଷ୍ୟ ଉଦ୍ଧେଶ୍ୟ ସମ୍ପର୍କରେ ବିଷଦ ଭାବେ ବୁଝାଇଥିଲେ । ଗାୟତ୍ରୀ ଯଜ୍ଞ ଓ ପ୍ରବଚନ ରାତ୍ର ୧୧ ଟା ପର୍ଯ୍ୟନ୍ତ ଚାଲିଥିଲା । ଜିଲା ଯୁବ ପ୍ରକୋଷ୍ଠ ପ୍ରଭାରୀ ଜମିଦାର ପ୍ରଧାନ, ଚିନ୍ତାମଣି ଗୌଡ଼ , ପରିବ୍ରାଜିକା ପୂଜାରାଣୀ ଗୌଡ଼ ପ୍ରମୁଖ ହୋମ ଯଜ୍ଞ ପ୍ରବଚନ ଦେଇଥିଲେ ।

Leave a Reply

Your email address will not be published. Required fields are marked *