୧୧ ତାରିଖ  ସୋମବାର ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ

                                      ଅଗଷ୍ଟ ୬ ତାରିଖ ପୂର୍ବାହ୍ନ ୧୧ଟାରେ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ୱର,୦୫/୦୮/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଆସନ୍ତ। ଅଗଷ୍ଟ ୧୧ ତାରିଖ  ସୋମବାର ରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ।  ମୁଖ୍ୟମନ୍ତ୍ରୀ  ଶ୍ରୀ ମୋହନ ଚରଣ ମାଝୀ ୟୁନିଟ-୨  ଅଶୋକ ନଗର ଭୁବନେଶ୍ବର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଅଗଷ୍ଟ ୧୧ ତାରିଖ ସୋମବାର  ପୂର୍ବାହ୍ନ ୧୧ ଘଟିକାରୁ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି।

ଏହି ଅଭିଯୋଗ ଶୁଣାଣି ପାଇଁ ଅନ୍ ଲାଇନ ପଞ୍ଜୀକରଣ ଅଗଷ୍ଟ ୬ ତାରିଖ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ।  ସର୍ବାଧିକ ଏକ ହଜାର ଜଣ ପଞ୍ଜୀକରଣ କରିବା ପର୍ୟ୍ୟନ୍ତ ଖୋଲା ରହିବ। ଲୋକମାନେ ଜନଶୁଣାଣି ପୋର୍ଟାଲ  ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ।

Leave a Reply

Your email address will not be published. Required fields are marked *