ଦୁଷ୍କର୍ମ ଉଦ୍ୟମ ଅପରାଧରେ ଦୋଷୀଙ୍କୁ ସାଢେ ୩ବର୍ଷ ଜେଲଦଣ୍ଡ

କେନ୍ଦ୍ରାପଡା,୨୫/୦୨/୨୦୨୫(ଓଡ଼ିଶା ସମାଚାର)-ଏକ ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାର କରି କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ ଅତିରିକ୍ତ ଜିଲାଜଜ ତ୍ରିବିକ୍ରମକେଶରୀ ଚିନ୍ନାରା ଦୋଷୀଙ୍କୁ ସାଢେ ତିନି ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡା ଟାଉନ ଥାନା ଅଂଚଳର ଜନୈକ ଲୋକଙ୍କର ଗତ ୨୮.୧୧.୨୦୧୫ରିଖରେ ଏକ ସାଇକେଲ ଚୋରି ହୋଇଥିଲା ।

ଏନେଇ ସଂପୃକ୍ତ ବ୍ୟକ୍ତିଙ୍କ ପତ୍ନୀ ସେହି ଅଂଚଳର ଦୁଇଜଣ ଯୁବକଙ୍କୁ ପଚରାଉଚୁରା କରିବାରେ ସେମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଏନେଇ ସଂପୃକ୍ତ ମହିଳା କେନ୍ଦ୍ରାପଡା ଟାଉନ ଥାନାରେ ଗତ ୨. ୧୨. ୨୦୧୫ ରିଖରେ ଏସମ୍ପର୍କରେ ଏକ ଏତଲା ଦେଇଥିଲେ । ସେହିଦିନ ଘରେ କେହିନଥିବାର ସୁଯୋଗ ନେଇ ଦିଲିପ ଦାସ ଓ ଚଗଲା ମହାରଣା ସଂପୃକ୍ତ ମହିଳାଙ୍କ ଘରେ ପଶି ତାଙ୍କ ଝିଅକୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଧକ୍କା ମାରିବା ସହ ମନ୍ଦ ଉଦେଶ୍ୟ ରଖି ତାଙ୍କୁ ଟଣାଓଟରା କରିଥିଲେ । ଫଳରେ ସଂପୃକ୍ତ ଯୁବତୀଙ୍କ ପିନ୍ଧା ଡ୍ରେସ ଚିରିଯାଇଥିଲା । ଏଥିସହିତ ଲୋକଙ୍କ ସମ୍ମୁଖରେ ସେହି ଯୁବତୀଙ୍କୁ ଉପରୋକ୍ତ ଯୁବକ ଦୁଇଜଣ ଦୁଷ୍କର୍ମ ଉଦ୍ୟମ କରିବାରେ ଯୁବତୀ ଜଣଙ୍କ ଲୋକଲଜ୍ୟାରେ ବିଷ ପିଇଦେଇଥିଲେ ।

ଯୁବତୀଙ୍କ ମା’ଙ୍କ ଅଭିଯୋଗ ଉପରେ ଟାଉନ ଥାନା ପୋଲିସ ଥାନା କେଶ ନମ୍ବର-୧୯୯/୨୦୧୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରିରଖିଥିଲେ । ପୋଲିସ ଅଦାଲତରେ ସେହି ମାମଲାର ଅଭିଯୋଗ ଫର୍ଦ୍ଧ ଦାଖଲ କରିବା ପରେ ଏସଟି ନଂ- ୩୭୫/୨୦୧୭ରେ ସେହି ମାମଲାର ବିଚାର କରି ଫାଷ୍ଟଟ୍ରାକ କୋର୍ଟର ଅତିରିକ୍ତ ଜିଲାଜଜ୍ ତ୍ରିବିକ୍ରମକେଶରୀ ଚିନ୍ନାରା ସମସ୍ତ ସାକ୍ଷ୍ୟପ୍ରମାଣକୁ ଭିତିିକରି ଟାଉନ ଥାନା ଅନ୍ତର୍ଗତ ଇଛାପୁର(ଶ୍ୟାମଗୁଡିଆ) ଗ୍ରାମର ଦିଲିପ ଦାସ ଓ ଚଗଲା ମହାରଣାଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ୩୨୩ଦଫାରେ ୬ମାସ ଜେଲଦଣ୍ଡ ସହିତ ୫ଶହ ଟଙ୍କା ଜୋରିମାନା ଓ ୩୫୪ଦଫାରେ ୩ବର୍ଷ ଜେଲଦଣ୍ଡ ସହିତ ତିନି ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ।

ଜୋରିମାନା ଅନାଦେୟ ଅଧିକ ଏକମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ଜଜ୍ ତାଙ୍କ ରାୟରେ ଉଲେଖ କରିଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ସଞ୍ଜୟ କୁମାର ଜେନା ଅଦାଲତରେ ମାମଲା ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *