ଋଣ ଖିଲାପକାରୀଙ୍କ ଶିଳ୍ପ ଓ ସମ୍ପତ୍ତି ଆଟାଚ୍ କଲା ବ୍ୟାଙ୍କ

କଟକ ସଦର, ୧୫/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଏକ କୋଟି ଋଣରୁ ସୁଧ ମୂଳ ବଢ଼ି ବଢ଼ି ଛଅ କୋଟି ହେବା ପରେ ଟଙ୍କା ନସୁଝିଵାରୁ କଟକ ର ବ୍ୟାଙ୍କ୍ ଅଫ୍ ବରୋଦା ଆଜି ଶିଳ୍ପ ସହିତ ସମ୍ପତ୍ତି କୁ ନିଜ ଅକ୍ତିଆରକୁ ନେଇ ସିଲ୍ କରିଥିବା ଜଣାପଡିଛି। ପ୍ରକାଶ ଯେ କଟକ ସଦର ତଥା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ସିର୍ଲୋ ପଞ୍ଚାୟତ ବ୍ରାହ୍ମଣଖଣ୍ଡ ଗୋମତୀ ଆଶ୍ରମ ନିକଟରେ ମଣ୍ଟୁ ଓରଫ ବିକ୍ରମ ଵସ୍ତିଆ ବ୍ୟାଙ୍କ ରୁ ୠଣ ନେଇ ଏକ ବିହନ ପ୍ରକ୍ରିୟା କରଣ ଶିଳ୍ପ ପ୍ରତିଷ୍ଠା କରିଥିଲେ।

ହେଲେ ୠଣ ସୁଝି ନପାରିବାରୁ ତାହା ବଢ଼ି ବଢ଼ି ଚାଲିଥିଲା। ବାରମ୍ବାର ନୋଟିସ ସତ୍ୱେ ୠଣ ଗ୍ରହିତା ମଣ୍ଟୁ ୠଣ ପରିଶୋଧ ନକରିବା ରୁ ଆଜି ଶନିବାର ଦିନ ବ୍ୟାଙ୍କ ପକ୍ଷରୁ ଶିଳ୍ପ ସହିତ ସମ୍ପତ୍ତି କୁ ଦଖଲକୁ ନେଇ ସିଲ୍ କରିଥିବା ଜଣାପଡିଛି। ଏଥିପାଇଁ ମାଜିଷ୍ଟ୍ରେଟ ଦାୟିତ୍ବରେ କିଶନନଗର ତହସିଲଦାର କ୍ଷିରୋଦ କୁମାର ଦାଶ ଥିବା ବେଳେ ପୋଲିସ ବଳ ଙ୍କ ସହିତ କିଶନନଗର ଥାନା ଇନ୍ସପେକ୍ଟର ଜୟଶ୍ରୀ ସାହୁ,କଲରାଵାଙ୍କ ଫାଣ୍ଡି ଅଧିକାରୀ ନରେନ୍ଦ୍ର ସାହୁ ପ୍ରମୁଖ ଉକ୍ତ ସ୍ଥାନରେ ସଜାଗ ରହିଥିଲେ।

Leave a Reply

Your email address will not be published. Required fields are marked *