ଦେଵୀ ନଦୀରେ ବୁଡି ନିଖୋଜ ୩ ଜଣଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର

କଟକ ,୧୩/୧୧/୨୦୨୫ (ଓଡ଼ିଶା ସମାଚାର): କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ ଜଗତସିଂହପୁର ଜିଲା ଗୋବିନ୍ଦପୁର ଥାନା ଦେଵୀ ନଦୀର ସିମଳଦା ନିକଟରେ ଆଜି ଗୁରୁବାର ଦିନ ତିନି ଜଣ ବୟସ୍କ ବ୍ୟକ୍ତି ବୁଡ଼ିଯାଇ ନିଖୋଜ ଥିବା ଜଣାପଡିଥିଲା। ତିନି ଜଣ ବୟସ୍କ ବ୍ୟକ୍ତିଙ୍କର ଲୁଗାପଟା ନଦୀ କୂଳରେ ଦେଵୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ। ନଦୀ କୂଳରେ ତାଙ୍କର ଲୁଗାପଟା ରହିଥିବା ଦେଖି ଲୋକମାନେ ପୁଲିସ କୁ ଖଵର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ନଦୀରେ ଖୋଜାଖୋଜି କରିଥିଲେ । ନିଖୋଜ ୩ ଜଣଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଜାଲରେ ଜଣେ ଯୁବକଙ୍କ ମୃତଦେହ ଲାଗିଛି। ତାଙ୍କ ପରିଚୟ ମିଳିପାରି ନାହିଁ। ଆସନ୍ତା କାଲି ପୁଣି ଖୋଜାଖୋଜି ହେବ ବୋଲି ଜଣାପଡିଛି।

ସୂଚନା ଅନୁସାରେ, ଗୁରୁବାର ଦେବୀ ନଦୀ ଭିତରେ ଏକ ଷଣ୍ଢ ପଶିଯାଇଥିଲା। ଷଣ୍ଢକୁ ଘଉଡ଼ାଇବା ଲାଗି ୩ ଯୁବକ ନଦୀରେ ପଶିଥିଲେ। କୂଳରେ ପ୍ୟାଣ୍ଟ, ଶାର୍ଟ ରଖି ନଦୀରେ ପ୍ରବେଶ କରିଥିଲେ। କିନ୍ତୁ ପରେ ସେମାନଙ୍କ ଖୋଜଖୋବର ମିଳି ନ ଥିଲା। କିଛି ଲୋକ କୂଳରେ ପ୍ୟାଣ୍ଟଶାର୍ଟ ରଖାଯାଇଥିବା ଏବଂ ନଦୀରେ ଷଣ୍ଢକୁ ଦେଖି ସନ୍ଦେହ କରି ପୁଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜାଖୋଜି କରିଥିଲେ ହେଁ ପାଇ ନ ଥିଲା। ପରେ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ଅନ୍ୟ ୨ ଯୁବକଙ୍କ ପତ୍ତା ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *