କଟକ,୧୩/୧୧/୨୦୨୫(ଓଡ଼ିଶା ସମାଚାର): ଭିଜିଲାନ୍ସ ଜାଲରେ ପୁଲିସ ଏଏସ୍ଆଇ । ବାଲିଅନ୍ତା ଥାନା ଏଏସ୍ଆଇ ସୋମନାଥ ପଲେଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ଏକ ପାରିବାରିକ ମାମଲାରେ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ।
ବାଲିଅନ୍ତା ଥାନାରେ ଏକ ପାରିବାରିକ ବିବାଦ ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାର ଏ.ଏସ.ଆଇ. ସୋମନାଥ ପଲେଇ ତଦନ୍ତକାରୀ ଅଧିକାରୀ ଥିଲେ । ଅଭିଯୋଗକାରୀଙ୍କୁ ମାମଲାରେ ସାହାଯ୍ୟ କରିବାକୁ ପଲେଇ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଟଙ୍କା ନ ଦେଲେ ମାମଲାରେ ଛନ୍ଦି ଦେବାକୁ ପୋଲିସ ବାବୁ ଧମକ ଦେଇଥିଲେ । ଘଟଣାକୁ ନେଇ ଅଭିଯୋଗକାରୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ।
୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସୋମନାଥ ପଲେଇଙ୍କୁ ଭିଜିଲାନ୍ସ ଟିମ୍ ସାକ୍ଷୀଙ୍କ ଉପସ୍ଥିତିରେ ମାଡି ବସିଲା।ପରେ ପଲେଇଙ୍କ ଦୁଇ ହାତ ର ରାସାୟନିକ ପରୀକ୍ଷା କରାଯାଇ ଲାଞ୍ଚଗ୍ରହଣ କରିବା ନେଇ ପ୍ରମାଣ ମିଳିଥିଲା । ପରେ ପରେ ଶ୍ରୀ ପଲେଇଙ୍କ ଅଫିସ , ଲିଙ୍ଗରାଜ ବିହାର ପୋଖରୀପୁଟ ଭୁବନେଶ୍ୱର ଭଡ଼ା ଘର, ଯାଜପୁର ଟମକା ନଛିପୁର ପୈତୃକ ଘରେ ଏକ ସେଙ୍ଗ ଭିଜିଲାନ୍ସ ଯାଂଚ କରିଛି । ଶ୍ରୀ ପଲେଇଙ୍କୁ ଗିରଫ କରାଯାଇ ତାଙ୍କ ବିରୁଦ୍ଧରେ କେଶ ନଂ ୨୫ ରେ ମାମଲା ରୁଜୁ କରାଯାଇଛି । ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ନିର୍ଦେଶାଳୟରୁ ସୂଚନା ମିଳିଛି ।
