ପୁନର୍ବାର ସେହି ମାନେ ରହିଲେ
କଟକ ସଦର,୦୭/୦୫/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସହରରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ କଟକ ମହାନଗର ନିଗମ (ସିଏମସି)ଷ୍ଟାଡିଙ୍ଗ୍ କମିଟି ଅଧ୍ୟକ୍ଷ ନିର୍ବାଚନକୁ ପ୍ରଭାବିତ କରିପାରିନଥିବା ଜଣାପଡିଛି। ଅନେକ ବିଦ୍ରୋହ ଓ ବିଭିନ୍ନ ଗୋଟି ଚାଳନା ସତ୍ୱେ ବିଜେଡ଼ି ତାର ନିଜ ଗଡ଼ ବଞ୍ଚାଇ ରଖିବାରେ ସମର୍ଥ ହୋଇପାରିଛି।
ପୂର୍ବରୁ ଅସନ୍ତୁଷ୍ଟ ଥିବା କମିଟି ସଦସ୍ୟ ମାନଙ୍କୁ ବୁଝାସୁଝା କରି ପୂର୍ଣ୍ଣ ସମର୍ଥନର ସହ ପୁନର୍ବାର ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଛନ୍ତି ସମସ୍ତ କମିଟିର ଅଧ୍ୟକ୍ଷ/ଅଧ୍ୟକ୍ଷା। ବିଜେଡ଼ି ନେତା ତଥା ମେୟର ସୁବାସ ସିଂହ ଙ୍କ ଗୋଟି ଚାଳନା ଯୋଗୁଁ ସମସ୍ତ କର୍ପୋରେଟର ଗୋଟିଏ ଧାଡ଼ିରେ ରହିଥିବା କୁ ନେଇ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି। ଉକ୍ତ ଶେଷ ଷ୍ଟାଣ୍ଡିଂ କମିଟି ର ଅଧ୍ୟକ୍ଷ/ଅଧ୍ୟକ୍ଷା ଭାବେ ପୁନର୍ବାର ଦମୟନ୍ତୀ ମାଝୀ, ଦୀପ୍ତିମୟୀ ମୂଳିଆ, ପ୍ରଦୀପ୍ତ କିଶୋର ଖୁଣ୍ଟିଆ, ପ୍ରଦୀପ କୁମାର ରାଉତ, ମୋନାଲିସା ଦାସ,ଏ.ଶ୍ରୀଦେଵୀ, ରାକେଶ ସ୍ୱାଇଁ,ପ୍ରଳୟା ବେଉରା ନିର୍ବାଚିତ ହୋଇଛନ୍ତି। ତେବେ ଆସନ୍ତା କାଲି ଶୁକ୍ରବାର ଦିନ ସିଏମସିର ୪୨ ଜଣ ବିଜେଡ଼ି କର୍ପୋରେଟର ମନୋମାଳିନ୍ୟ ଭୁଲି ନବୀନ ନିବାସ ଯିବେ ବୋଲି ଅନ୍ୟ ଏକ ସୂତ୍ରରୁ ଜଣାପଡିଛି।
