କଟକ ସଦର,୧୨/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଶ୍ୱ ପ୍ରସିଦ୍ଧ କଟକ ର ଐତିହାସିକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ବାଲିଯାତ୍ରା ପ୍ରତି ସାଧାରଣ ଲୋକଙ୍କ ଆକର୍ଷଣ ଓ ଆଗ୍ରହ ତଥା ମେଳାରେ ଵ୍ୟଵସାୟୀ ମାନଙ୍କ କାରବାର କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ଗତ ୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଦିନ ବାଲିଯାତ୍ରା ଉଦଘାଟନ ହୋଇ ଆଜି ବୁଧବାର ପ୍ରଥମାଷ୍ଟମୀ ରେ ଉଦଯାପିତ ହେବାକୁ ଥିବା ବେଳେ ଆଉ ଗୋଟିଏ ଦିନ ବୃଦ୍ଧି ହୋଇ ଆସନ୍ତା କାଲି ଗୁରୁବାର ଶେଷ ହେବ ବୋଲି ଜଣାପଡିଛି।
ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା ଅବଧି ଆଉ ଗୋଟିଏ ଦିନ ବଢିଲା
