ଜନ୍ମମାଟିରେ ଗଣକବିଙ୍କ ୬୯ ତମ ଶ୍ରାଦ୍ଧେ।ତ୍ସବ ଅନୁଷ୍ଠିତ 

ମାହାଙ୍ଗା ୨୭ /୦୪/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-ଓଡିଆ ଗୀତିନାଟ୍ୟ ଜଗତର ଅପ୍ରତିଦ୍ବନ୍ଦୀ ସ୍ରଷ୍ଠା, ପ୍ରଥିତଯଶା  ସାରସ୍ୱତ ସାଧକ, ଗଣକବି ବୈଷ୍ଣବ ପାଣିଙ୍କ ୬୯ ତମ ତିରୋଧାନ ଉତ୍ସବ ଜନ୍ମମାଟି କୋଠପଦା ଠାରେ ଅନୁଷ୍ଠିତ ହୋଇଯାଇଛି । ବିରୂପା ସାହିତ୍ୟ ସଂସଦ ଏବଂ ମାହାଙ୍ଗା ସାରସ୍ୱତ ସେବା ମଞ୍ଚର ମିଳିତ ସହଯୋଗରେ ଆୟୋଜିତ ଏହି ଉତ୍ସବରେ ସାହିତ୍ୟିକ ଅଖିଳେଶ ପଦ ମହାନ୍ତି ଅଧ୍ୟକ୍ଷତା କରିଥିଲେ  ।

 ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଡକ୍ଟର ଭାବଗ୍ରାହୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସାରସ୍ୱତ ସଂଗଠକ ହୃଷିକେଶ ଲାଲ, ଶିକ୍ଷାବିତ ରତ୍ନାକର ମହାନ୍ତି, କବି ପ୍ରଶାନ୍ତ କୁମାର କର, ନାଟ୍ୟକାର କିଶୋର ଚନ୍ଦ୍ର ଦାଶ, ମଞ୍ଚ ଅଭିନେତା ସୁବାସ ଚନ୍ଦ୍ର ବେହେରା,କଳାକାର ଲକ୍ଷ୍ମୀଧର ସାମଲ, କଳାକାର ପ୍ରଭାକର ଦାସ, ଶିକ୍ଷକ ହୃଷିକେଶ ବେହେରା, ଶିକ୍ଷାବିତ କୈଳାଶ ବଳବନ୍ତରାୟ,ସମାଜସେବୀ କାହ୍ନୁ ଚରଣ ସାହୁ,ସୁଶାନ୍ତ କୁମାର ନନ୍ଦ,ଜିତେନ୍ଦ୍ର ସାହୁ,ଏମ୍ବିକେ ଆରତୀ ନାୟକ, ସି ଆର ପି ଅନ୍ନପୂର୍ଣ୍ଣା ସେଠୀ, ଯୁବ ସଂଗଠକ ଗଣେଶ ବିହାରୀ,ଶିକ୍ଷକ ଲକ୍ଷ୍ମୀଧର ଦାସ,ପ୍ରଭାତ ଘଡେଇ,ଜଗନ୍ନାଥ ପଣ୍ଡା,ବସନ୍ତ କୁମାର ଦାଶ, ପୁନନନ୍ଦ ଦାସ, ରଂଜିତ ଦାସ,ପ୍ରମୁଖ ଯୋଗଦେଇ କବିଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

 ଆମ ମାଟିର ଜଣେ ଦରିଦ୍ର ଯାତ୍ରାବାଲା ଓଡିଆ ଭାଷାରେ ଶହଶହ ଗୀତିନାଟ୍ୟ, ଗୀତାଭିନୟ, ସୁଆଙ୍ଗ, ଫାର୍ସ, ଛାନ୍ଦ-ଚମ୍ପୁ,ଚଉତିଶା, ଚଉପଦୀ, ଭଜନ-ଜଣାଣ,ଏବଂ ଅତି ଉଚ୍ଚ କୋଟିର ଗଦ୍ୟ ସାହିତ୍ୟ ସାଙ୍ଗକୁ ଆତ୍ମ ଜୀବନୀ ଭଳି ଅନବଦ୍ୟ କୃତୀ ଓ କୀର୍ତ୍ତି ପାଇଁ ସେ ଆଜି କୋଟି ହୃଦୟର ମଉଡମଣୀ ପାଲଟି ଯାଇଛନ୍ତି ।  ଏହି ଯଶସ୍ବୀ ନାଟ୍ୟକାରଙ୍କ ସ୍ମୁତିରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ  ।

Leave a Reply

Your email address will not be published. Required fields are marked *