ଲକ୍ଷ୍ମୀପୁର ୧୨/୧୧/୨୦୨୫ (ଓଡିଶା ସମାଚାର/ପ୍ରମୋଦ ଜେନା)-ମହା ଆଡମ୍ବର ସହକାରେ କୋରାପୁଟ ଜିଲ୍ଲାର ଲୋକ ମହୋତ୍ସବ ପରବ ୨୦୨୫ ଲକ୍ଷ୍ମୀପୁର ବ୍ଳକ କୁସୁମ ଗୁଡ଼ା ପଞ୍ଚାୟତ କୁଟନିପଦର ଶୈବପୀଠ ଠାରୁ ଶୁଭାରମ୍ଭ ହୋଇଯାଇଛି। ଆଜି ସକାଳୁ ସକାଳୁ ପରମ୍ପରା ମୁତାବକ କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ସଂସ୍କୃତି ଅଧିକାରି ସୁର୍ଯ୍ୟକାନ୍ତ ବେହେରା, ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ଓ ବିଭିନ୍ନ ବ୍ୟକ୍ତି ବିଶେଷ କୋରାପୁଟ ନିଶାଣୀ ମୁଣ୍ଡାରେ ଗ୍ରାମଦେବୀଙ୍କୁ ପୁଜାର୍ଚ୍ଚନା କରିଥିଲେ। ପୂଜାର୍ଚ୍ଚନା ପରେ ନିଶାଣିମୁଣ୍ଡା ଠାରୁ ପରବ କମିଟି ସଦସ୍ୟଙ୍କ ସମେତ ଲୋକ ପ୍ରତିନିଧି ଓ ସରକାରୀ ଅଧିକାରୀମାନେ କୁଟନିପଦର ଅଭିମୁଖେ ଯାତ୍ରା କରିଥିଲେ ।
ପୂର୍ବାନ୍ନ ୧୧ଟା ସମୟରେ କୁଟନିପଦର ଶୈବପୀଠରେ ରୀତିନୀତି ଅନୁଯାୟୀ ପୁଜାର୍ଚ୍ଚନା କରା ଯାଇ ପରବ ମଶାଲ୍ ପ୍ରଜ୍ବଳନ କରା ଯାଇଥିଲା । ଢେମଶା ଏବଂ ଆଦିବାସୀ ନୃତ୍ୟର ତାଳେ ତାଳେ ମଶାଲ ଶୋଭାଯାତ୍ରା ବାହାରି ପରବ ଶୁଭାରମ୍ଭ କାର୍ଯ୍ୟକ୍ରମ ଅୟୋଜନ କରା ଯାଇଥିବା ପଡିଆକୁ ନିଆ ଯିବା ପରେ ସେଠାରେ ଜିଲ୍ଲାପାଳ ତଥା ପରବ କମିଟି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ସ୍ବାଗତ ଭାଷଣ ଦେଇଥିଲେ। ଜିଲ୍ଲାପାଳ ତଥା ପରବ କମିଟି ଅଧ୍ୟକ୍ଷ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା,ପଟ୍ଟାଙ୍ଗି ବିଧାୟକ ରାମ ଚନ୍ଦ୍ର କାଡାମ, କୋରାପୁଟ ବିଧାୟକ ରଘୁରାମ ମାଛ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ପୁର୍ବତନ ସାଂସଦ ଝିନ୍ନ ହିକକା, ଜୟରାମ ପାଙ୍ଗି , ସାଂସଦ ପ୍ରତିନିଧି ମନୋଜ ଆଚାର୍ଯ୍ୟ କୁଟନି ପଦର ପଞ୍ଚାୟତ ସରପଞ୍ଚ ଇନ୍ଦ୍ର ପାଞ୍ଜିଆ , ଲକ୍ଷ୍ମୀପୁର ବ୍ଳକ ଅଧ୍ୟକ୍ଷା ସୁଆଇ କୁଲେସିକା, ଉପାଧ୍ୟକ୍ଷା ଆରତୀ କୁଲଦିପ ପ୍ରମୁଖ ଉପସ୍ଥିତ ରହିଥିଲେ। ପରବ ଆଦିବାସୀ ପରମ୍ପରା ଏବଂ ସଂସ୍କୃତିକୁ ବଜାୟ ରଖିବା ପାଇଁ ଏକ ମାଧ୍ୟମ ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ ।
ଆଦିବାସୀ କଳା ସଂସ୍କୃତି ପରମ୍ପରାକୁ ନେଇ ରାଜ୍ୟରେ କୋରାପୁଟ ଜିଲ୍ଲା ପ୍ରଥମେ ପରବ ଆରମ୍ଭ କରିଥିଲା ଓ ଏହା ପରେ ଅନ୍ୟ ଜିଲ୍ଲା ଗୁଡିକ ପରବକୁ ଅନୁକରଣ କରି ସ୍ଥାନୀୟ ମହୋତ୍ସବ ପାଳନ ଆରମ୍ଭ କରିଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ପରବ-୨୦୨୫ର ପୋଷ୍ଟର ଉନ୍ମୋଚନ କରା ଯାଇଥିବା ବେଳେ ଢେମସା,ଦୁରୁଆ ଏବଂ ଅନ୍ୟାନ୍ୟ ଆଦିବାସୀ ନୃତ୍ୟରେ ଉଦଘାଟନୀ ମଞ୍ଚ କମ୍ପି ଉଠିଥିଲା । ଏହି ଅବସରରେ ଅତିଥି ବୃନ୍ଦ ପ୍ରଶାସନ ଦ୍ଵାରା ପ୍ରଦର୍ଶିତ ବିଭିନ୍ନ ସରକାରୀ ଯୋଜନାର ଷ୍ଟଲ୍ ପରିଦର୍ଶନ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ମୁନସିପାଲଟି ଚେୟାରମେନ ଲଲାଟ ରଞ୍ଜନ ସେଠୀ, ସୁନାବେଡ଼ା ମୁନସିପାଲଟି ଚେୟାରମେନ ଡଃ ରାଜେନ୍ଦ୍ର ପାତ୍ର,ଜିଲ୍ଲା କଂଗ୍ରେସ ସଭାପତି ରୁପକ ତୁରୁକ, କୋରାପୁଟ ଜିଲ୍ଲାର ସମସ୍ତ ବ୍ଳକ୍ ଅଧ୍ୟକ୍ଷ ସହ ଉପାଧ୍ୟକ୍ଷ,କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଉପ ଜିଲ୍ଲାପାଳ ପ୍ରେମ ଲାଲ ହିଆଲଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡିଓ ସମାରୋହରେ ଯୋଗ ଦେଇଥିଲେ । କୋରାପୁଟ ଉପ ଜିଲ୍ଲାପାଳ ପ୍ରେମ ଲାଲ ହିଆଲ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ସମାରୋହରେ ୫ ହଜାର ଲୋକଙ୍କ ସମାଗମ ହୋଇଥିଲା।ଜିଲ୍ଲା ଅତିରିକ୍ତ ଏସପି ମନୋଜ ପୂଜାରୀ,ଲକ୍ଷ୍ମୀପୁର ଏସଡିପିଓ ମନୋଜ ବେହେରା,ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ, ନାରାୟଣପାଟଣା ଆଇଆଇସି ପ୍ରମୋଦ ନୟକ, କାକିରିଗୁମା ଆଇଆଇସି ସୁନୀଲ ସ୍ୱାଇଁ ଙ୍କ ସମେତ ପୁଲିସ ଟିମ ଉପସ୍ଥିତ ରହି ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।
