କଟକ ସଦର,୧୨/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତରେ ଆଜି ବୁଧବାର ଦିନ କଟକ ଗ୍ରାମାଞ୍ଚଳ ପୋଲିସ ସଦର ମହକୁମା ଡିଏସପି ନିରଞ୍ଜନ ଶଵର ଙ୍କ ତତ୍ତ୍ୱାବଧାନରେ ଏକ ସାଇବର ସୁରକ୍ଷା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏବେ ଯେପରି ସାଇବର ଅପରାଧ ବଢ଼ି ବଢ଼ି ଚାଲିଛି ସେଥିପାଇଁ ଜନସାଧାରଣ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ପୋଲିସ ପକ୍ଷରୁ ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ କିଶନନଗର ଥାନା ର ନିରିକ୍ଷିକା ଜୟଶ୍ରୀ ସାହୁ, ଏଏସଆଇ ଶୁଭ୍ରାନ୍ତ କୁମାର ଭୋଇ ଙ୍କ ସମେତ ସରପଂଚ ଅବଦୁଲ ୱ।ହିଦ୍ ଖା(ମୋତି), ସମିତି ସଭ୍ୟ ଲିୟାକତ୍ ଅଲ୍ଲୀ ଖାନ(ଲାକୋ) ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଆସିଫ୍ ଖାନ୍,ତାଜ ଉଦ୍ଦିଷ୍ଟ ଖାନ୍,ସେକ୍ ଏଜାଜ,ୟୁସୁଫ ଅଲ୍ଲୀ ଖାନ,ଏଶାକତ୍ ଅଲ୍ଲୀ ଖାନ, ଇଜ୍ ମାଇଲ୍ ଖାନ୍,ଲତିଫ୍ ଖାନ୍,ନାକିମୁନ ନୋମାନ ତାତାରୀ, ଅଶୋକ ସାହୁ, ଶିବିର ନାୟକ,ଅଜୟ ସାହୁ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ସଚେତନତା ବିଷୟ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।
