ରେଞ୍ଜରଙ୍କୁ ଦଳିଦେଲା ଦନ୍ତା

କଳାହାଣ୍ଡି,୧୦/୧୨/୨୦୨୩ (ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜରଙ୍କୁ ଦଳିଦେଲା ହାତୀ । ଆମପଡାଠାରେ ରେଞ୍ଜରଙ୍କୁ ହାତୀ ଦଳି ଦେଇଥିବା ସୂଚନା ମିଳିଛି । ହାତୀପଲଙ୍କୁ ଘଉଡାବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ରତନପୁର ଗାଁ ନିକଟରେ ହାତୀପଲ ଆତଙ୍କ ଚଳାଇଥିବା ନେଇ ଖବର ପାଇଥିଲେନର୍ଲା ରେଞ୍ଜର ପ୍ରଶାନ୍ତ ପାଲ। ସେ ଆଜି ସକାଳେ ପୂର୍ବାହ୍ନ ୧୦: ୩୦ରେ ରତନପୁର ଗାଁ ନିକଟରେ ହାତୀ ଘଉଡ଼ାଇବାକୁ ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟକୁ ଆମପଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ସେ ନିଜେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ପ୍ରଶାନ୍ତ ପାଲଙ୍କୁ ଦଳି ଦେଇଥିଲା। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ପରେ ରେଞ୍ଜରଙ୍କୁ ଭବାନୀପାଟଣା କୁ ଆମ୍ବୁଲାନ୍ସ ଯୋଗେ ନେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ରେଞ୍ଜର ପ୍ରଶାନ୍ତ ପାଲ ଦୀର୍ଘ ଦୁଇ ବର୍ଷ ଧରି ନର୍ଲା ରେଞ୍ଜ ଦାଇତ୍ୱରେ ଥିବା ବେଳେ ତାଙ୍କ ଘର ଜିଲ୍ଲାର ମଦନପୁର ରାମପୁର ସହରରେ।  ଖବର ପାଇ ନର୍ଲା ପୁଲିସ ଏବଂ ଭବାନୀପାଟଣାରୁ ବରିଷ୍ଠ ବନ ଅଧିକାରୀ ମାନେ ଘଟଣାସ୍ଥଳକୁ ଯାଇଛନ୍ତି।

Leave a Reply

Your email address will not be published. Required fields are marked *