ବେଆଇନ ଧର୍ମାନ୍ତରୀକରଣ ପାଇଁ ଚାଲିଛି ଷଡ଼ଯନ୍ତ୍ର – ତେଜୁଛି ଆନ୍ଦୋଳନ ।

ଜୁନାଗଡ଼, ୧୧/୧୧/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ) : ଜୁନାଗଡ ଅଞ୍ଚଳ ରେ ବେଆଇନ ଧର୍ମାନ୍ତରୀକରଣ ନେଇ ଅଭିଯୋଗ ହେଉଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଧୀନରେ ଥିବା ସମସ୍ତ ଗ୍ରାମ ଅଞ୍ଚଲରେ ପ୍ରଲୋଭନ ଦେଖାଇ ହେଉଛି ଧର୍ମାନ୍ତରୀକରଣ କରାଯାଉଥିବା ନେଇ ଅଭିଯୋଗ ହେଉଛି। ନିରିହ ଆଦିବାସୀ,ହରିଜନ ଓ ଗରିବ ଶ୍ରେଣୀର ଲୋକଙ୍କୁ ପ୍ରଲୋଭିତ କରି ଚାଲିଛି ବିଦେଶୀ ଟଙ୍କା ରେ ଧର୍ମର ପରିବର୍ତ୍ତନ। ଜୁନାଗଡ ବ୍ଳକ ରେ ଚାରବାହାଲ ଠାରୁ ଆରମ୍ଭ କରି ୩୪ ଟି ପଞ୍ଚାୟତ ଅଞ୍ଚଲରେ ରହିଛି।

ଏହି ଅଞ୍ଚଳ ମାନଙ୍କରେ ସ୍ଥାନୀୟ ଜୁନାଗଡ ର ଟୁନା ବାଗ ନାମକ ଜଣେ ଖ୍ରୀଷ୍ଟିଆନ ପାଷ୍ଟର ସମ୍ପୃକ୍ତ ରହି ଚଳାଇଛନ୍ତି ବଡ ଷଡକ୍ଷନ୍ତ୍ର ବୋଲି ଅଭିଯୋଗ ଉଠୁଛି। ଗତ କିଛି ଦିନ ତଳେ ହିନ୍ଦୁମାନଙ୍କ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ନିଜର ସୋସିଆଲ ମିଡିଆ ରେ ବିଭିନ୍ନ ପ୍ରକାର ର ପୋଷ୍ଟ କରି ଆସୁଥିଲେ ।ଏହାକୁ ନେଇ ଜୁନାଗଡ ହିନ୍ଦୁ ସଂଘ ପକ୍ଷରୁ ଏକ ଲିଖିତ ଅଭିଯୋଗ ଜୁନାଗଡ଼ ଥାନା ଆଇ.ଆଇ.ସି. ଶେଷଦେବ ବେହେରାଙ୍କ ନିକଟରେ ଦାଖଲ କରାଯାଇଛି। ହିନ୍ଦୁ ସଂଘ ପକ୍ଷରୁ ଦିଆଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ଅନୁସାରେ,ଜୁନାଗଡ଼ ଅଞ୍ଚଳର  ଯୁବକ ଟୁନା ବାଗ ନିଜ ଧର୍ମ ପରିତ୍ୟାଗ କରି ଅନ୍ୟ ଧର୍ମକୁ ଗ୍ରହଣ କରିଥିବା ଅଭିଯୋଗ ହୋଇଥିବା ବେଳେ ପ୍ରଲୋଭନ ଦେଖାଇ ଅଞ୍ଚଳ ର ଗରିବ ଶ୍ରେଣୀର ଲୋକ ମାନଙ୍କୁ ଧର୍ମାନ୍ତରୀକରଣ କରିଥିବା ଅଭିଯୋଗ ଆସିଛି ।

ଏହି ଘଟଣା ଅଞ୍ଚଳରେ ଧର୍ମୀୟ ସମ୍ପ୍ରିତିକୁ ପ୍ରଭାବିତ କରିପାରେ ବୋଲି ହିନ୍ଦୁ ସଂଘ ଆଶଙ୍କା ବ୍ୟକ୍ତ କରିଛନ୍ତି। ଅଭିଯୋଗରେ ସଂଘ ପକ୍ଷରୁ ଘଟଣାର ସଂପୂର୍ଣ୍ଣ ତଦନ୍ତ କରି ଆବଶ୍ୟକ ଆଇନନୁସାରେ ପଦକ୍ଷେପ ନେବାକୁ ଥାନା ପ୍ରଶାସନଙ୍କୁ ଅନୁରୋଧ କରାଯାଇଛି ଓ ଅଞ୍ଚଳ ରେ ଧର୍ମାନ୍ତରୀକରଣ ବନ୍ଦ ପାଇଁ ଅଣ୍ଟା ଭିଡିଛନ୍ତି ହିନ୍ଦୁ ସଂଗଠନ ର ଶତାଧିକ ଲୋକେ। ବେଆଇନ ଧର୍ମାନ୍ତରୀକରଣ କୁ ବନ୍ଦ କରିବାପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଆଗାମୀ ଦିନରେ କୌଣସି କାର୍ୟ୍ୟାନୁଷ୍ଠାନ ନନେଲେ ଭୟାବହ ଆନ୍ଦୋଳନ ହେବ। ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *