କଟକ ସଦର,୧୬/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଜଣାଶୁଣା ସମାଜସେବୀ ତଥା ଆୟତପୁର ପଞ୍ଚାୟତର ବରପୁତ୍ର ପୂର୍ବତନ ସରପଂଚ (ତିନି ଥର) ସ୍ୱର୍ଗତ ଉପେନ୍ଦ୍ର ନାଥ ସାହୁଙ୍କ ୧୦୧ ତମ ଜୟନ୍ତୀ ଆଜି ଶୁକ୍ରବାର ଦିନ ପାଳନ କରାଯାଇଛି।
ଆୟତପୁର ସରପଂଚ ସେଵକ ଶ୍ରୀମାନ ରାକେଶ ଙ୍କ ଆହ୍ବାନ କ୍ରମେ ଆୟତପୁର ଵଜାର ଠାରେ ଥିବା ଉପେନ୍ଦ୍ର ନାଥ ଙ୍କ ପ୍ରତିମୂର୍ତ୍ତିରେ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ମାଲ୍ୟାର୍ପଣ କରିବା ସହିତ ତାଙ୍କର ସମାଜସେବା ଓ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉମାକାନ୍ତ ବେହେରା, ରମେଶ ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀଧର ଭୋଇ,ଫାରୁକ ଖାନ୍, ନାରାୟଣ ଦାସ, ଅଭିମନ୍ୟୁ ବେହେରା, ଭିକାରୀ ଚରଣ ବେହେରା, ପ୍ରକାଶ ଚନ୍ଦ୍ର ସାହୁ, ଭଗଵାନ ସ୍ୱାଇଁ ପ୍ରମୁଖ ବହୁ ଉପେନ୍ଦ୍ର ପ୍ରେମୀ ଯୋଗ ଦେଇଥିଲେ ।
