ୟୁନିଟ୍‑୧ ହାଟ ଅଞ୍ଚଳରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ନିରପେକ୍ଷ ଓ ସମ୍ପୂର୍ଣ୍ଣ ତଦନ୍ତ ପାଇଁ ବିଜେପି ନେତ୍ରୀ ଇଞ୍ଜିନିୟର ଦିପ୍ତିରେଖା ପଟ୍ଟନାୟକ ଙ୍କ ଦାବି

ଭୁବନେଶ୍ୱର, ୧୦/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ଓ ସାମାଜିକ କାର୍ୟ୍ୟକର୍ତ୍ତା ଇଞ୍ଜିନିୟର ଦିପ୍ତିରେଖା ପଟ୍ଟନାୟକ ଗତ ୨୨ ଅକ୍ଟୋବର ୨୦୨୫ ଦିନ ଭୁବନେଶ୍ୱର ୟୁନିଟ୍‑୧ ହାଟ ଅଞ୍ଚଳରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ପାଇଁ ନିରପେକ୍ଷ ଓ ସମ୍ପୂର୍ଣ୍ଣ ତଦନ୍ତ ଦାବି କରିଛନ୍ତି। ଏ ସମ୍ବନ୍ଧରେ ସେ କମିଶନରେଟ୍ ପୋଲିସ, ସ୍ଥାନୀୟ ବିଧାୟକ ଏବଂ ସାଂସଦ ଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଆବେଦନ କରିଛନ୍ତି।

ତାଙ୍କ ଆଧିକାରିକ ବକ୍ତବ୍ୟରେ ସେ କହିଛନ୍ତି, ୟୁନିଟ୍‑୧ ଅଞ୍ଚଳର କେତେକ ହାଟ ବ୍ୟବସାୟୀ ଘଟଣାର ସତ୍ୟ ଜାଣିଥିଲେ ମଧ୍ୟ ବ୍ୟବସାୟ ହାନି ଭୟରେ ମୁହଁ ଖୋଲୁନାହାନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଅଞ୍ଚଳ ହାଟ ସଂଘର ଅଧ୍ୟକ୍ଷ ଙ୍କ ଦ୍ୱାରା ଜଣେ ସାମ୍ବାଦିକଙ୍କୁ ପିଟିବା ଓ ଅସଭ୍ୟ ଭାଷା ବ୍ୟବହାର ଘଟଣା ମାଧ୍ୟମ ରେ ସ୍ପଷ୍ଟ ଦେଖାଯାଇଥିଲା, କିନ୍ତୁ ଏପର୍ୟ୍ୟନ୍ତ କୌଣସି ଦୃଢ ପଦକ୍ଷେପ ଗ୍ରହଣ ହୋଇନାହିଁ। ପଟ୍ଟନାୟକ କହିଛନ୍ତି ଯେ ରାଜଧାନୀ ଭୁବନେଶ୍ୱରର ନାଗରିକମାନେ ଭୟଭିତ । ଦୋଷୀମାନଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ଲୋକମାନଙ୍କ ମନରୁ ଭୟ ଦୂର କରି ବିଶ୍ୱାସ ପୁନପ୍ରତିଷ୍ଠା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସେ ପ୍ରଶାସନକୁ ଆହ୍ୱାନ କରିଛନ୍ତି।

Leave a Reply

Your email address will not be published. Required fields are marked *