ରାଜ୍ୟ କିଶାନ କଂଗ୍ରେସର ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଧାନମଣ୍ଡି ପରିଦର୍ଶନ
ଜୁନାଗଡ଼,୨୬/୧୨/୨୦୨୩ (ଓଡ଼ିଶା ସମାଚାର /ରାକେଶ ବେମାଲ) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଧାନ ମଣ୍ଡିକୁ ଆଜି କିଶାନ କଂଗ୍ରେସର ନେତ୍ରୁବୃନ୍ଦ ପରିଦର୍ଶନ କରିଥିଲେ। ରାଜ୍ୟ କିଶାନ କଂଗ୍ରେସ ସଭାପତି ଅମିୟ ପଟ୍ଟନାୟକଙ୍କ ନେତୃତ୍ଵରେ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ସାଧାରଣ ସମ୍ପାଦକ ଜୟଦେବ ନାୟକ, ଜିଲ୍ଲା କିଶାନ୍ ସେଲ୍ ସଭାପତି ତୁଲେଶ୍ୱର ନାୟକ,ପ୍ରଭାତ ଦାସ, ନଗର ସଭାପତି ଅମିତ୍ ଅଗ୍ରୱାଲ, ସାଉଳ ମଙ୍ଗରାଜ, ପରମେ ମୋଟେଲ୍, ପରମାନନ୍ଦ ମାଝୀ, ଲମ୍ବୋଦର ନାୟକ ପ୍ରମୁଖଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଧାନ କିଣାରେ ଅନିୟମିତତା, କଟନି ଛଟନି, ଧାନ ଓଜନରେ ହେର ଫେର ଭଳି ଗୁରୁତର ଅଭିଯୋଗ ସହିତ ଚାଷୀଙ୍କୁ ବନ୍ୟûବାତ୍ୟା ଜନିତ କ୍ଷୟକ୍ଷତି ଓ ବୋନସ ବୃଦ୍ଧି ପାଇଁ ଦାବି କରିଥିଲେ। ଏହି ଅଭିଯୋଗ /ଦାବି ଗୁଡ଼ିକ ପ୍ରତି ରାଜ୍ୟ ସରକାର ଧ୍ୟାନ ନ ଦେଲେ ଆଗାମୀ ଦିନରେ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇ ବୋଲି ଚେତାବନୀ ଦେଇଥିଲେ।
