ଭାରତ ମସଲା ପକ୍ଷରୁ ୪ର୍ଥ ଦିନର ଲକି ଡ୍ର

ଭାଗ୍ୟଶାଳୀ ବିଜେତା ହେଲେ ଭରତ ,ପ୍ରଦୀପ,ଈଶ୍ୱର

କଟକ,୧୦/୧୧/୨୦୨୫ (ଓଡ଼ିଶା ସମାଚାର)- ପ୍ରତିଦିନ କଟକ ବାଲିଯାତ୍ରା ପଡ଼ିଆରେ ମସଲା ଜଗତରେ ବିପ୍ଳବ ସୃଷ୍ଟି କରିଥିବା ଭାରତ ମସଲା ପକ୍ଷରୁ ଲକି ଡ୍ର କାର୍ଯ୍ୟକ୍ରମ ଜାରି ରହିଛି । ଗ୍ରାହକ ମାନେ ଭାରତ ମସଲା କମ୍ପାନୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ନିଜର ମନପସନ୍ଦ ମୁତାବକ କିଣି ଆକର୍ଷଣୀୟ ପୁରସ୍କାର ମାନ ଅତିଥି ମାନଙ୍କ ହାତରୁ ଗ୍ରହଣ କରି ଖୁସିରେ ଫେରୁଛନ୍ତି।

ଗ୍ରାହକ ମାନଙ୍କ ଭାରି ଡିମାଣ୍ଡ କୁ ଆଖି ଆଗରେ ରଖି ମସଲାର ମାନ, ଗୁଣବତ୍ତା ଓ ପ୍ରାଇସ ରେ ଏ ପର୍ଯ୍ୟନ୍ତ ସାଲିସ କରିନି ବୋଲି କହିଛନ୍ତି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା। ଗୃହିଣୀ ମାନଙ୍କ ପ୍ରଥମ ପସନ୍ଦ ରହିଥିବା ଭାରତ ମସଲା ସେଥିପାଇଁ ବାଲିଯାତ୍ରାରେ ପ୍ରତିଦିନ ଲକି ଡ୍ର ମାଧ୍ୟମରେ ଭାଗ୍ୟଶାଳୀ  ବିଜେତା ମାନଙ୍କୁ ଚୟନ କରି ଆସୁଛି। ଶେଷ ଦିନରେ  ଏକ ବମ୍ଫର୍ ପ୍ରାଇଜ କମ୍ପାନୀ ପ୍ରଦାନ କରିବ ବୋଲି ଶ୍ରୀଯୁକ୍ତ ପଣ୍ଡା ଚତୁର୍ଥ ଦିନର ଲକି ଡ୍ର ଅବସରରେ ସୁଚନା ଦେଇଛନ୍ତି। ଆଜିର ଲକି ଡ୍ର ବିଜେତା ମାନଙ୍କୁ ମୁଖ୍ୟ ଅତିଥି ପ୍ରତିଷ୍ଠାତା ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା  ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ।

ଆଜିର ପ୍ରଥମ ଭାଗ୍ୟଶାଳୀ  ବିଜେତା ଢେଙ୍କାନାଳ ଜିଲ୍ଲା ଗୁଡ଼ିଆକଟେଣୀ ଅଞ୍ଚଳର ଭରତ କୁମାର ରାଉତଙ୍କୁ ମାଇକ୍ରୋ ଓଭାନ, ଦ୍ଵିତୀୟ ବିଜେତା ସିଡିଏ ସେକ୍ଟର ୧୦ ର ପ୍ରଦୀପ କୁମାର ଦାସଙ୍କୁ ରେଶିଂ ବାଇସାଇକେଲ, ତୃତୀୟ ବିଜେତା ଭୁବନେଶ୍ଵର ତମାଣ୍ଡୋ ଅଞ୍ଚଳର ଈଶ୍ୱର ଚନ୍ଦ୍ର ବଳକୁ ବାଉଲ ସେଟ୍ ଓ ସାନ୍ତ୍ଵନା ମୂଳକ ପୁରସ୍କାର ସ୍ୱରୂପ ସାଇଲୋ ଗୋବିନ୍ଦପୁର ମେଘା ଅଞ୍ଚଳର ମୀନକେତନ ରାଉତରାୟଙ୍କୁ ଫ୍ରାଇଂ ପାନ୍  ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ପ୍ରଦାନ  କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା ,ଦିଗନ୍ତ କୁମାର ପଣ୍ଡା, ଆଶୁତୋଷ ପଣ୍ଡା,ଏସଏନ ମିଲେନିୟମ, ଜିଏମ୍ ଅପରେସନ ଅରୁଣ କୁମାର ନାୟକ, ଜିଏମ୍ ପ୍ରଡକ୍ସନ ନବକୃଷ୍ଣ ପ୍ରଧାନଙ୍କ ସମେତ ଭାରତ ମସଲା କମ୍ପାନୀର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *