ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

ଯାଜପୁର ୩୦/୦୧/୨୦୨୪ (ଓଡ଼ିଶା ସମାଚାର)- ମଙ୍ଗଳବାର ଜିଲା ଓ ଦୌରାଜଜ୍ ତଥା ଜିଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା ଡ.ଜୀବନଜ୍ୟୋତି ରଥଙ୍କ ନିର୍ଦ୍ଧେଶକ୍ରମେ ଏକ ଆଇନ ସଚେତନତା ଶିବିର ବିରଜା ଆଇନ ମହାବିଦ୍ୟାଳୟ, ଯାଜପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲାର ଅତିରିକ୍ତ ଜିଲା ଦୌରାଜଜ୍ ତଥା -ସ୍ପେଶାଲ ଜଜ, ପୋକ୍ସ କୋର୍ଟ, ଯାଜପୁର ଶୀ୍ରଯୁକ୍ତ ଅଭିଜିତ୍ ପଲେଇ ଯୋଗ ଦେଇ ଆଇନ ପାଠ ପଢୁଥିବା ଛାତ୍ର/ଛାତ୍ରୀମାନଙ୍କୁ ଆଇନର ବିଭିନ୍ନ ବିଷୟରେ କହିଥିଲେ । ବରିଷ୍ଟ ଦେୱାନୀ ବିଚାରପତି, ଯାଜପୁର ଶ୍ରୀଯୁକ୍ତ ସତ୍ୟାପ୍ରକାଶ ରାୟ ଚୌଧରୀ ଇ-ଫାଇଲିଂ ତଥା ଭିଡ଼ିଓ କନଫେରନସିଂ ରୁଲସ୍ ବିଷୟରେ କହିଥିଲେ । ଅନ୍ୟ ମାନଙ୍କର ମଧ୍ୟରେ, ଶିଶୁ ସୁରକ୍ଷା ଧିକାରୀ, ଯାଜପୁର ଶ୍ରୀଯୁକ୍ତ ନିରଂଜନ କର, ସମାଜସେବୀ ଡ଼ଃ. ଋୁଦ୍ର ନାରାୟଣ ପୃଷ୍ଠି ଏବଂ ବିରଜା ଆଇନ ମହାବିଦ୍ୟାଳୟ, ଯାଜପୁରର ପ୍ରଧ୍ୟାପକ ଶ୍ରୀଯୁକ୍ତ ଶଶାଙ୍କଶେଖର ପାଣିଗ୍ରାହୀ ପ୍ରମୁଖ ଅତିଥି ଯୋଗ ଦେଇ ଆଇନର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ ।
ବିରଜା ଆଇନ ମହାବିଦ୍ୟାଳୟ, ଯାଜପୁରର ଅଧ୍ୟାପକ ଶ୍ରୀଯୁକ୍ତ ସୁଦର୍ଶନ ବେହେରା ଧନ୍ୟବାଦ ଅର୍ପଣ କରିଥିବାବେଳେ ଜିଲା ଆଇନ ସେବା ପ୍ରାଧିକରଣର କର୍ମଚାରୀଗଣ ସହଯୋଗ କରିଥିଲେ । ସଚେତନତା କାର୍ଯ୍ୟକ୍ରମରେ ଆଇନ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା ମାନଙ୍କ ସହ ବହୁ ସଂଖ୍ୟାରେ ଆଇନ ଛାତ୍ର/ଛାତୀ୍ର ମାନେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *