ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ଖସୁଛି ପାରଦ: ଶୀତର ମଜା ନେବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୦୯/୧୧/୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):  ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିବାରେ ବିଳମ୍ବ ହୋଇଛି । ତେବେ ଗତ ୨ ଦିନ ହେଲା ପାରଦ ଖସୁଛି ଏବଂ ଶୀତ ଧୀରେ ଧୀରେ ଅନୁଭୂତ ହେଉଛି। ଘର ଭିତର ଅପେକ୍ଷା ଶୀତ ବାହାର ପରିବେଶରେ ଅଧିକା ଅନୁଭୂତ ହେଉଛି । ବିନା ଶୀତ ବସ୍ତ୍ରରେ ବାଇକ କିମ୍ବା ଖୋଲା ଯାନରେ ଯାତାୟାତ କଲେ ଦେହ ଥରୁଛି।

ପାଣି ଜାଡ଼ ହେବାରେ ଲାଗିଛି । ବିଳମ୍ବିତ ରାତିଠାରୁ ଘନ କୁହୁଡି ଆରମ୍ଭ ହୋଇ ସକାଳ ୮ଟା ପର୍ଯ୍ୟନ୍ତ ଆଚ୍ଛାଦିତ ହୋଇ ରହୁଛି ।ଫଳରେ ସେହି ସମୟରେ ଶୀତ ଦ୍ବିଗୁଣିତ ଅନୁଭୂତ ହେଉଛି । ସଂଧ୍ୟା ଓ ସକାଳ ସମୟରେ ଶୀତ ଦାଉରୁ ଟିକିଏ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ଲୋକ ନିଆଁ ଲଗାଇ ଲୋକ ବସୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ସେହିପରି ଚାହା ଦୋକାନରେ ଚା’ ଖଟି ବୃଦ୍ଧି ପାଇଛି। ସେହିପରି ଦାରିଙ୍ଗବାଡିକୁ ଶୀତର ମଜା ନେବାକୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *