କଟକ ସଦର,୦୯/୧୧/୨୦୨୫ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଖପୁରିଆ ଠାରେ ଥିବା ଉତ୍କଳ ବାଳାଶ୍ରମ ର ପିଲାମାନଙ୍କୁ ବାଲିଯାତ୍ରା ଵୁଲାଇ ସେମାନଙ୍କ ମୁହଁରେ ହସ ଫୁଟାଇବା ସହିତ ନିଜେ ଆତ୍ମ ସନ୍ତୋଷ ଲାଭ କରିଛନ୍ତି ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି, ସମାଜସେବୀ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ।

ଆଜି ରବିବାର ସମସ୍ତ ପିଲାଙ୍କୁ ପ୍ରଫେସର ନାୟକ ନେଇ ବାଲିଯାତ୍ରା ବୁଲାଇବା ସହିତ ଦୋଳିରେ ବସାଇବା,ଚଟପଟି ଖୋଇଵା, ଖେଳନା ପ୍ରଭୃତି କିଣିକି ଦେବା ପ୍ରଭୃତି କାର୍ଯ୍ୟ କରି ପ୍ରଶଂସା ର ପାତ୍ର ହୋଇପାରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ର ବରିଷ୍ଠ ଉପଦେଷ୍ଟା ଵିଜୟ କୁମାର ନାୟକ, ମନୋରଞ୍ଜନ ମହାପାତ୍ର,ପ୍ରକାଶ ମାଝୀ ପ୍ରମୁଖ ବହୁ ସଦସ୍ୟ ସାମିଲ ହୋଇ ଉକ୍ତ କାର୍ଯ୍ୟକ୍ରମରେ ସହାୟତା କରିଥିଲେ।

