ପ୍ରମୋଦ ମହାପାତ୍ରଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ’

                               ୩୫ଜଣ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ୍ ଓ ୮ଜଣଙ୍କୁ ସ୍ମାରକୀ ସମ୍ମାନ ପ୍ରଦାନ କରାଯିବ
ଭୁବନେଶ୍ୱର,୦୯/୧୧/୨୦୨୫ (ଓଡ଼ିଶା ସମାଚାର)- ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ପକ୍ଷରୁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଚଳିତ ମାସ ୧୬ ତାରିଖ ରବିବାର ଅପରାହ୍ନ ୩ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ‘ଜାତୀୟ ପ୍ରେସ୍ ଦିବସ-୨୦୨୫’ ପାଳନ କରାଯିବ । ଏହି ଅବସରରେ ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ଦୈନିକ ସମ୍ବାଦପତ୍ର ‘ସମାଜ’ର ପୂର୍ବତନ ସମ୍ପାଦକ ପ୍ରମୋଦ କୁମାର ମହାପାତ୍ରଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ-୨୦୨୫’ ପ୍ରଦାନ କରାଯିବ । ଏଥିସହିତ ରାଜ୍ୟର ୩୫ଜଣ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ୍ ପ୍ରଦାନ କରାଯିବ ଏବଂ ୮ଜଣ ବରିଷ୍ଠ ସାମ୍ବାଦିକଙ୍କ ସ୍ମୃତି ଉଦ୍ଧେଶ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସ୍ମାରକୀ ସମ୍ମାନରେ ସମ୍ମାନିତ କରାଯିବ ।


ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ଆନୁକୂଲ୍ୟରେ କେନ୍ଦ୍ର ସରକାରଙ୍କ ଅଧିନରେ ରାଜ୍ୟରେ ଥିବା ଦୂରଦର୍ଶନ କେନ୍ଦ୍ର, ଆକାଶବାଣୀ, ପ୍ରେସ୍ ଇନଫରମେସନ ବୁ୍ୟରୋ (ପିଆଇବି), ସେଂଟ୍ରାଲ ବୁ୍ୟରୋ ଅଫ କମୁ୍ୟନିକେଶନ (ସିବିସି) ଏବଂ ଏକାଡ଼େମୀ ଅଫ୍ ମ୍ୟାନେଜମେଂଟ ଆଣ୍ଡ ଇନଫରମେସନ ଟେକ୍ନୋଲୋଜି (ଅମିତ୍)ର ମିଳିତ ସହଯୋଗରେ ‘ଜାତୀୟ ପ୍ରେସ୍ ଦିବସ-୨୦୨୫’ ପାଳନ କରାଯିବ । ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ତଥା ଲୋକସେବକ ମଣ୍ଡଳର ଉପାଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ନ୍ୟାୟମୂର୍ତି, ରାଜନେତା, ମନ୍ତ୍ରୀମଣ୍ଡଳର ସଦସ୍ୟ, ବିଧାୟକ, ପ୍ରଶାସକ ଓ ବରିଷ୍ଠ ସାମ୍ବାଦିକମାନେ ଯୋଗଦେବେ । ରାଜ୍ୟ ବାହାର କୋଲକତା, ଝାଡ଼ଖଣ୍ଡ, ଛତିଶଗଡ଼, କର୍ଣ୍ଣାଟକ, ଦିଲ୍ଲୀ ଓ ମୁମ୍ବାଇ ଆଦିରୁ ପ୍ରକାଶିତ ବିଭିନ୍ନ ସମ୍ବାଦପତ୍ରର ୭ଜଣ ସମ୍ପାଦକଙ୍କୁ ‘ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ ସମ୍ମାନ’ରେ ସମ୍ମାନିତ କରାଯିବ । ଓଡ଼ିଶା ଖଣି ନିଗମ (ଓଏମସି)ର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ସମ୍ବିତ କୁମାର ସେଠୀଙ୍କୁ କର୍ପୋରେଟ କମୁ୍ୟନିକେସନ ଆଣ୍ଡ ପବ୍ଲିକ ରିଲେସନ୍ସ ସମ୍ମାନ-୨୦୨୫ରେ ସମ୍ମାନିତ କରାଯିବ ।

ଗତବର୍ଷ ତଥା ୨୦୨୪ ମସିହାରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ନମ୍ବର ରଖିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ବାଣିବିହାର ଭୁବନେଶ୍ୱର ଖୋର୍ଦ୍ଧାଜିଲା ବାଲୁଗାଁସ୍ଥିତ ବେଲପଦା ରୋଡ଼ର ଛାତ୍ରୀ ଆରତୀ ଲେଙ୍କାଙ୍କୁ ‘ରବି ନାରାୟଣ ମହାନ୍ତି ସ୍ମାରକୀ ସମ୍ମାନ-୨୦୨୫’, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ତଥା ଭୁବନେଶ୍ୱରର ସୁନ୍ଦରପଦାସ୍ଥିତ କଲ୍ୟାଣ ପ୍ଲାଜା ଆପାର୍ଟମେଂଟ-୨ର ଛାତ୍ରୀ କୁମାରୀ ପ୍ରତିଭା ବିଶ୍ୱାଳଙ୍କୁ ‘ପ୍ରଦୁ୍ୟମ୍ନ ବଳ ସ୍ମାରକୀ ସମ୍ମାନ-୨୦୨୫’, ରେଭେନ୍ସା ବିଶ୍ୱବିଦ୍ୟାଳୟ କଟକର ପୁୁରୁଣା ଭୁବନେଶ୍ୱରସ୍ଥିତ ସାମନ୍ତରାପୁରର ଛାତ୍ରୀ ସୋନାଲି ପାଣିଗ୍ରାହୀଙ୍କୁ ‘ରାମହରି ମିଶ୍ର ସ୍ମାରକୀ ସମ୍ମାନ-୨୦୨୫’, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭଞ୍ଜବିହାର ବ୍ରହ୍ମପୁରସ୍ଥିତ ଜୟପ୍ରକାଶ ନଗରର ଛାତ୍ରୀ ସୁସ୍ମି ମିଶ୍ରଙ୍କୁ ‘ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ସମ୍ମାନ-୨୦୨୫’, ଢେଙ୍କାନାଳସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମ୍ଏସ୍)ର ଓଡ଼ିଆ ସାମ୍ବାଦିକତା ଛାତ୍ରୀ କୁମାରୀ ଦେବଲିନ ବେହେରାଙ୍କୁ ‘ଦିଲ୍ଲୀପ ଶତପଥୀ ସ୍ମାରକୀ ସମ୍ମାନ-୨୦୨୫’, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଭୁବନେଶ୍ୱରର ଲିଙ୍ଗରାଜନଗରର ଛାତ୍ରୀ ତପସ୍ୟା ପତିଙ୍କୁ ‘ଅରିନ୍ଦମ ଦାଶ ସ୍ମାରକୀ ସମ୍ମାନ-୨୦୨୫’ ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ସମ୍ବାଦ ସ୍କୁଲ୍ ଅଫ୍ ମିଡ଼ିଆ ଆଣ୍ଡ କଲଚର, ଭୁବନେଶ୍ୱରର ଛାତ୍ର ସୁଶାନ୍ତ କୁମାର ମହାପାତ୍ରଙ୍କୁ ‘ଗୋପାଳ ମିଶ୍ର ସ୍ମାରକୀ ସମ୍ମାନ-୨୦୨୫’ ଏବଂ ଫକୀର ମୋହନ ବିଶ୍ୱବିଦ୍ୟାଳୟ ବାଲେଶ୍ୱରର ଛାତ୍ର ରାମଚନ୍ଦ୍ର କାମିଳାଙ୍କୁ ‘ଅରୁଣ ପଣ୍ଡା ସ୍ମାରକୀ ସମ୍ମାନ-୨୦୨୫’ ପ୍ରଦାନ କରାଯିବ ବୋଲି ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସମ୍ପାଦକ ସନତ ମିଶ୍ର ଏବଂ ଉପସଭାପତି ପ୍ରଦୁ୍ୟମ୍ନ କୁମାର ମହାନ୍ତି ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *