ପଖାଳ ଆମ ସଂସ୍କୃତିର ଗର୍ବ

ଗର୍ବର ସହ ପଖାଳ ଦିବସ ପାଳନ କରିବା ଉଚିତ – ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥୀ
ନୂଆଦିଲୀ/ଭୁବନେଶ୍ୱର,୨୦/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ପଖାଳ ଆମର ନିଜର ଖାଦ୍ୟ, ଆମ ସଂସ୍କୃତି ର ଅଂଶ ବିଶେଷ । ତେଣୁ ସମସ୍ତେ ଗର୍ବର ସହ ପଖାଳ ଦିବସ ପାଳନ କରିବା ଉଚିତ ବୋଲି ଆନ୍ତର୍ଯ୍ୟାତିକ ଖ୍ୟାତି ସମ୍ପନ୍ନ ଆଧ୍ୟାତ୍ମିକ ଚିନ୍ତକ ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥୀ କହିଛନ୍ତି ।

ପଖାଳ ଦିବସ ଉପଲକ୍ଷେ ଏକ ବାର୍ତା ପ୍ରଦାନ କରି ଗୁରୁଜୀ ଡ଼ ଶତପଥୀ କହିଛନ୍ତି ଯେ ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ ମଧ୍ୟ ପଖାଳ ଖାଆନ୍ତି । ତେଣୁ ପଖାଳ ଓଡ଼ିଆ ସଂସ୍କୃତିର ଏକ ଅଭିନ୍ନ ପରିଚୟ ।

ପଖାଳ ପେଟ ପାଇଁ ଭଲ , ସ୍ୱାସ୍ଥ୍ୟ ପ୍ରଦ । ପେଟ ଗଡ଼ବଡ଼ କରେ ନାହିଁ । ସବୁ ବୟସର ଲୋକ ଏହାକୁ ଖାଇ ପାରନ୍ତି । ତେଣୁ ଆମେ ସମସ୍ତେ ଏହି ସ୍ୱାସ୍ଥ୍ୟପ୍ରଦ ଆମ ଜାତିର ଅନନ୍ୟ ଖାଦ୍ୟ ପାଇଁ ଗର୍ବକରି ଭଲ ଭାବରେ ଏହି ଦିବସକୁ ପାଳନ କରିବା ଉଚିତ ବୋଲି ଗୁରୁଜୀ କହିଛନ୍ତି ।

Leave a Reply

Your email address will not be published. Required fields are marked *