ରାଜ୍ୟ ଟାଇକୋଣ୍ଡାର ବିଜୟୀ ଦଳଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ପୂର୍ବତନ ବିଧାୟିକା ଡ. ସିପ୍ରା

କେନ୍ଦ୍ରାପଡ଼ା,୦୮/୧୧/୨୦୨୫(ଓଡ଼ିଶା ସମାଚାର)-ରାଜ୍ୟ ଟାଇକୋଣ୍ଡା ପ୍ରତିଯୋଗିତାର ବିଜୟୀ ଦଳକୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ । ଏହି ଉପଲକ୍ଷେ କଜଳାସ୍ଥିତ ଜିଲା କଂଗ୍ରେସ ଭବନରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ପୂର୍ବତନ ବିଧାୟିକା ଡ. ମଲ୍ଲିକ ବିଜୟୀ କେନ୍ଦ୍ରାପଡା ମାଟିର ସନ୍ତାନମାନଙ୍କୁ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ ପୂର୍ବକ ଶୁଭେଛା ଜଣାଇବା ସହ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ କଟକସ୍ଥିତ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ୩୮ତମ ଟାଇକୋଣ୍ଡା ପ୍ରତିଯୋଗିତାରେ କେନ୍ଦ୍ରାପଡାରୁ ୧୭ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ୬ଜଣ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ୨ଜଣ ରୌପ୍ୟ ପଦକ ଓ ୯ଜଣ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ଖେଳାଳୀମାନେ ବିଜୟୀ ହୋଇ ପଦକ ହାସଲ କରିବା ସହ କେନ୍ଦ୍ରାପଡାକୁ ଗୌରବାନ୍ୱିତ କରିଥିବାରୁ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ଯୁବକଂଗ୍ରେସ ସାମାଜିକ ଗଣମାଧ୍ୟମ ସଂଯୋଜକ ହିମାଂଶୁ ଭୂଷଣ ନନ୍ଦ, ମନୋଜ ବେହେରା ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଶୁଭେଛା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *