ନିମାପଡ଼ା, ୦୭/୦୧/୨୦୨ ୪ (ଓଡ଼ିଶା ସମାଚାର)- ନିମାପଡ଼ା ବାରବାଟୀ ମିନି ଷ୍ଟାଡିଅମରେ ଆଥେଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ୧୨ ତମ କିଶୋରପଣ୍ଡା ମେମୋରିଆଲ ୨୮ତମ ନିମାପଡ଼ା କପ କ୍ରିକେଟ ଟୁର୍ନାମେଣ୍ଟ” ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଦିବସରେ ପ୍ରସ୍ପରକୁ ଭେଟିଥିଲେ ଜୟଦେବ ସ୍ପୋର୍ଟ୍ସ ଆସୋସିଏସନ ଭୁବନେଶ୍ୱର ଓ ବିଡାନାସୀ କ୍ରିକେଟ କ୍ଲବ କଟକ । ଆଜିର ରୋମାଞ୍ଚକର ମ୍ୟାଚରେ ବିଡାନାସୀ କ୍ରିକେଟ କ୍ଲବକୁ ଗୋଟିଏ ୱ୍ଵିକେଟରେ ହରାଇ ଜୟଦେବ ସ୍ପୋର୍ଟ୍ସ ଆସୋସିଏସନ ଭୁବନେଶ୍ୱର ବିଜୟଲାଭ କରିଥିଲା । ଟସ ଜିତି ବିଡାନାସି କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩0 ଓଭର ମଧ୍ୟରୁ ୨୮.୫ ଓଭରରେ ସମସ୍ତ ୱ୍ଵିକେଟ ହରାଇ ୧୧୭ ରନ ସଂଗ୍ରହ କରିଥିଲା । ବିଡାନାସୀ ଦଳର ବ୍ୟାଟର ଚେରି ୩0ବଲ ଖେଳି ୩୯ କରିଥିବା ବେଳେ ପ୍ରତିପକ୍ଷ ଦଳ ଜୟଦେବ ସ୍ପୋର୍ଟ ଆସୋସିଏସନର ବୋଲର ଭାଗିରଥି ଜେନା ୬ ଓଭରରେ ୪୬ରନ ଦେଇ ୪ଟି ୱ୍ଵିକେଟ ଅକ୍ତିଆର କରିଥିଲେ l ଜବାବରେ ଜୟଦେବ ସ୍ପୋର୍ଟ୍ସ ଆସୋସିଏସନ ଭୁବନେଶ୍ୱର ଦ୍ଵିତୀୟାର୍ଦ୍ଧରେ ବ୍ୟାଟିଂ କରି ନିର୍ଦ୍ଧାରିତ ୩0 ଓଭର ଖେଳରୁ ୨୬. ୩ ଓଭରରେ ୯ ଟି ୱ୍ଵିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟ ଲାଭକରି ସେମି ଫାଇନାଲରେ ପ୍ରବେଶ କରିଛି । ଜୟଦେବ ସ୍ପୋର୍ଟ୍ସ ଆସୋସିଏସନ ଭୁବନେଶ୍ୱର ବ୍ୟାଟର ସନ୍ତୋଷ ପଟ୍ଟନାୟକ ୩0 ବଲରେ ୩0 ରନ କରିଥିବା ବେଳେ ପ୍ରତିପକ୍ଷ ବିଡାନାସୀ କ୍ରିକେଟ କ୍ଲବ କଟକର ବୋଲର ରୋହିତ ପ୍ରଧାନ ୬ ଓଭରରେ ୧୯ ରନ ଦେଇ ୩ଟି ୱ୍ଵିକେଟ ଅକ୍ତିଆର କରିଥିଲେ । ଜୟଦେବ କ୍ଲବର ଭାଗିରଥି ଜେନା ଶ୍ରେଷ୍ଠପ୍ରଦର୍ଶନ ପାଇଁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଅତିଥି ନିରଦ ବରଣ ଖୁଣ୍ଟିଆଙ୍କ ଓ ପୂର୍ବତନ ଖେଳାଳି ଅଚ୍ୟୁତାନନ୍ଦ ମିଶ୍ରଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।
ଆଜିର ମ୍ୟାଚରେ ଅତିଥି ଭାବେ ନିମାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗତ ପ୍ରସାଦ ସାବୁତ,ନିମାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମେଜର ଅମରେଶ ନନ୍ଦନ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ୍ତ ଖଟୋଇ, ଆଥେଲେଟିକ ଆସୋସିଏସନ ସମ୍ପାଦକ ଜୀବନାନନ୍ଦ ମହାପାତ୍ର । ଦ୍ଵିତୀୟାର୍ଦ୍ଧରେ ସ୍ୱତନ୍ତ୍ର ଅତିଥି ଭାବେ ଓଡିଶା କ୍ରିକେଟ ଆସୋସିଏସନ କୋଷାଧ୍ୟକ୍ଷ ବିକାଶ ଚନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ଆଜିର ମ୍ୟାଚକୁ ପରିଚାଳନା କରିଥିଲେ ସମ୍ବିତୀ ପଟ୍ଟନାୟକ ଓ ଅଭିନନ୍ଦନ ପାତ୍ର । ଆସୋସିଏସନର କ୍ରିକେଟ ସମ୍ପାଦକ ଅକ୍ଷୟ ବେହେରା ଓ ସୁଭାଶିଷ ରାଉତରାୟ ଉପସ୍ଥିତ ରହି ସହଯୋଗ କରିଥିଲେ । ଆସନ୍ତା କାଲି ଡିଆରକେ ବାରିପଦା ବନାମ ମାଷ୍ଟର କ୍ଲବ କଟକ ମଧ୍ୟରେ ଦ୍ୱିତୀୟ କ୍ଵାଟରଫାଇନାଲ ମ୍ୟାଚରେ ଅନୁଷ୍ଠିତ ହେବ ।
ନିମାପଡ଼ା କପ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ
