କଟକ ସଦର, ୩୦/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ଅନ୍ତର୍ଗତ ବାରଙ୍ଗ ତହସିଲ ର ଅତିରିକ୍ତ ତହସିଲଦାର ଜୀତେନ୍ଦ୍ର ପଣ୍ଡାଙ୍କୁ ଭିଜିଲାନ୍ସ ଟିମ୍ ଧରିଥିବା ଜଣାପଡିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ସହିତ ତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ହୋଇଆସୁଥିଲା। ତାଙ୍କର ଭୁବନେଶ୍ୱର ବରଗଡ଼ ଘର ସମେତ ଅନ୍ୟାନ୍ୟ ସ୍ଥାନରେ ଥିବା ଆଲିସାନ ବଙ୍ଗଳା ଉପରେ ଭିଜିଲାନ୍ସ ଟିମ୍ ଛାପା ମାରିଛି।

ଘରୁ ପୁଳାପୁଳା ଟଙ୍କା ଓ ସୁନା ଅଳଙ୍କାର ଜବତ ହୋଇଥିବା ବେଳେ ଜନୈକ ସମ୍ପର୍କୀୟଙ୍କ ଆଲମିରା ରୁ ୭୫ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଥିବା ଜଣାପଡିଛି। ଜିତେନ୍ଦ୍ରଙ୍କ ୪ଟି ସ୍ଥାନରେ ଭିଜିଲାନ୍ସ ରେଡ କରୁଛି । ଭୁବନେଶ୍ବର ବଡ଼ଗଡ଼ ଗୋପାଳୁଣି ନଗର, ବ୍ରିଟ କଲୋନୀ, ଖୋର୍ଦ୍ଧା ଓ ବାରଙ୍ଗ ତହସିଲ କାର୍ଯ୍ୟାଳୟରେ ଥିବା ଜିତେନ୍ଦ୍ରଙ୍କ ଚ୍ୟାମ୍ବରରେ ରେଡ ହୋଇଛି ।
ଏହି ଚାଉରେ ୪ ଜଣ ଡିଏସପି, ୭ ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି । ଜିତେନ୍ଦ୍ରଙ୍କ ଭୁବନେଶ୍ୱରରେ ୨ଟି ବହୁମହଲା କୋଠା, ଉତ୍ତରା, ଭୁବନେଶରରେ ଗୋଟିଏ 2 BHK ଫ୍ଲାଟ ଏବଂ ଖୋର୍ଦ୍ଧା ଟାଉନରେ ଗୋଟିଏ ବହୁମହଲା କୋଠା, ୪ଟି ଉଚ୍ଚ ମୂଲ୍ୟର ପ୍ଲଟ, ୧୦୦ ଗ୍ରାମ ସୁନା, ଗୋଟିଏ ଚାରି ଚକିଆ (KIA ସେଲଟୋସ) ଏବଂ ୪ଟି ଦୁଇ ଚକିଆ ଯାନ ରହିଛି। ବ୍ୟାଙ୍କ, ପୋଷ୍ଟାଲ ଜମା ଏବଂ ଅନ୍ୟାନ୍ୟ ନିବେଶ ଇତ୍ୟାଦି ନିର୍ଣ୍ଣୟ କରାଯାଉଛି।
